ଦୁଇ ଧାର ଲୁହ
ଦୁଇ ଧାର ଲୁହ
ଦୁଃଖ ବା ଆଘାତ ଲାଗେ ଯେବେ ମନେ
ଆଖି ହୁଏ ଛଳଛଳ
ଆଖି ଦୁଇକୋଣୁ ଦୁଇଧାର ଲୁହ
ମାନେ ନାହିଁ ବନ୍ଧବାଡ଼ ।
ଧାର ଧାର ହୋଇ ନିର୍ଝରେ ଅଧୀରେ
ଶୁଭଇ କ୍ରନ୍ଦନ ରୋଳ
ବିଦାରେ କେ ଭୂମି ପିଟି ହୁଏ ଛାତି
ପିଟଇ ଭୂମିରେ ଶୀର ।
ଆତ୍ମୀୟ ସ୍ୱଜନ ଅକାଳ ବିୟୋଗ
ଦାରୁଣ ବିପତ୍ତି କାଳେ
ମାନେ ନାହିଁ ମନା ଲୁହ ଦୁଇ ଧାର
ଅବାରିତ ବହିଚାଲେ ।
ଶ୍ରାବଣର ଧାରା ବନ୍ୟାର ପ୍ଲାବନ
ଦୁଇ ଧାର ଯେବେ ହୁଏ
ସନ୍ତାପିତ ପ୍ରାଣେ ଦିଏ ଆଶ୍ୱ।ସନା
ହେଉ ପଛେ କୁଟା ଖିଏ ।
ଅବୋଧ ସନ୍ତାନ ହୁଏ ଅମାନିଆ
ଗଡାଏ ଆଖିରୁ ଲୁହ
ପ୍ରବୋଧିଲେ ତାକୁ ନିଜ ମାତାପିତା
ଫୁଟେ ହସ ମଲ୍ଲିଫୁଲ ।
ଅତି ଉଲ୍ଲାସରେ ଭରିଉଠେ ମନ
ଗଡିପଡେ ଆନନ୍ଦାଶ୍ରୁ
ଦୁଇ ଧାର ଲୁହ ସାଥି ଦୁଃଖ ସୁଖେ
ସ୍ୱଭାବେ ପ୍ରକାଶ କରୁ ।
-------