Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Fantasy Others

3  

Sadananda Sahoo

Fantasy Others

ବର୍ଷାର ଜନ୍ମୋତ୍ସବ

ବର୍ଷାର ଜନ୍ମୋତ୍ସବ

1 min
130


ଆଷାଢ଼ ଶୁକ୍ଳର ଶୁଭ ଅବସର

ବରଷାର ଜନ୍ମଦିନ

ସମୃଦ୍ଧି ପରବ ଅଶେଷ ବିଭବ

ଅସୁମାରି ଆଶା ସ୍ଵପ୍ନ ।

ଶୁଭ ଆଶିର୍ବାଦ କରୁଛି ଜ୍ଞାପନ

ବରଷା ଦୁହିତା ଧନ

ଚଲାପଥ ତବ ହେଉ କୁସୁମିତ

କୁଶଳରେ ବିତୁ ଦିନ ।

ନିରିମାଖୀ ବାଳୀ ଦୁହିତା ଦୁଲଣୀ

ରୀନା ବିଜୟଙ୍କ ସୁତା

ଜ୍ୟେଷ୍ଠା କନ୍ୟାରତ୍ନ ନେତ୍ରସ୍ଵପ୍ନ ଧନ

ତୁମେ ହିଁ ଜଗତ ଜିତା ।

ଏକଦଶ ଆଠ  ବୟସ ସମ୍ପଦ

ପୁରଣ ହୋଇଲା ଆଜ

ସ୍ମୃତି ଦିବସକୁ  ମନେ ରଖିବାକୁ

ବରଷା ହୋଇଛି ସଜ ।

ପିତା ମାତା ସ୍ନେହି ବରଷା ଦୁଲଣୀ

ଆଖିର ସପନ ଜ୍ୟୋତି

ଏକୋଇର ବାଳୀ କରେ ନାହିଁ କଳି

ସେବାରେ ଢାଳେ ପୀରତି ।

ଭାତୃ ପ୍ରେମୀ ବୋଲି ସମସ୍ତେ ଜାଣନ୍ତି

ଅମୂଲ୍ୟ ତା' ସ୍ନେହଁ ପ୍ରେମ

ବାଦଲ ରତନ ତା' ଜୀବନ ଧନ

ନଦେଖିଲେ ହୁଏ ଭ୍ରମ ।

ବାଦଲ ଭାଇଟା ସ୍ନେହର ସଦ୍ଦିଚ୍ଛା

ବରଷା ମୁକ୍ତା ମାଣିକ 

ପ୍ରତି ମୁହୁର୍ତ୍ତରେ ଥାଏ ସେ' ପାଖରେ

ମହଲ ଆଶା ଆଲୋକ ।

ଶୁଭ ଜନ୍ମୋତ୍ସବ ହେଉ ଶୁଭମୟ

ଆକାଶରୁ ଝରୁ ପୁଷ୍ପ 

ଜଗତର ନାଥ  କର ଆଶିର୍ବାଦ

ବର୍ଷା ଓଠୁ  ଝରୁ ହସ ।

ବିଜୟ ରୀନାଙ୍କ  ସ୍ଵର୍ଣ୍ଣିମ ଆବାସ

କରୁଣାରେ  ଭିଜି ଯାଉ

ବରଷା ବାଦଲ କଲ୍ୟାଣ ଶାବକ

ମୁଖେ ହସ ଫୁଟୁ ଥାଉ ।

ହେ' ପ୍ରଭୁ ରଘୁ ସୁଖ ବର୍ଷା ହେଉ

ସାହୁକୁଳ  ହସୁଥାଉ

କୁଳର ଗାରିମା ବରଷା ମା'ସୁତା

ଜନ୍ମଦିନ ପାଳୁ ଥାଉ ।


Rate this content
Log in

Similar oriya poem from Fantasy