Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Children

3  

Bharatabandhu Biswal

Fantasy Inspirational Children

ନୀଳସ୍ୱପ୍ନ

ନୀଳସ୍ୱପ୍ନ

1 min
176



ଠୂଳ ଶୂନ୍ୟ ରୂପ    ତେଜ ଚିଦାକାଶ

    ଆଶାର କିରଣ ତୋଳି

ଆହର ଶରୀର     ଦିବ୍ୟ ଅନୁପମ

    ଧନ୍ୟ ହେଉ ମର୍ତ୍ତ୍ୟ ପୁରି ।


ସରଗ ସୁଷମା    ଅମୃତ ଭାବନା

     ଖେଳିଉଠୁ ପ୍ରତିପ୍ରାଣେ

ମଧୁମୟ ହେଉ   ସ°ସାରେ ଜୀବନ

     ପୁଲକୁ ମନ ଆନନ୍ଦେ ।


ବିକଶୁ ସୁମନ     ରଙ୍ଗ ରୂପ ରସ

     ସ୍ୱଚ୍ଛନ୍ଦୁ ଜୀବନ ଧାରା

ସବୁଜ ସୁନ୍ଦର    ପ୍ରକୃତି ସମ୍ଭାରେ

     ହସିଉଠୁ ଶୁଷ୍କ ଧରା ।


ବିକଶୁ କମଳ     ଶାନ୍ତି ଶତଦଳ

    ସରୋବରେ ନୀଳ କଇଁ

ହସି ଉଠୁ ଖେତେ   ସୁନାର ଫସଲ

     ନୂଆ ଆଶା ଉଠୁ ଚେଇଁ ।


ମଳୟ ସମୀର    ଚଇତାଳି ବାଆ

      କୋଇଲିର କୁହୁ ସ୍ୱନ

ବିରାଜୁ ଜଗତେ   ପ୍ରଶାନ୍ତି ସୈ।ହାର୍ଦ୍ଦ 

      ସୁଖ ସହ ଅବସ୍ଥାନ ।


ବାସୁ ମହମହ     ଚନ୍ଦନ ସୁଗନ୍ଧ

      ସୁଗୁଣ ସୁବ୍ୟବହାର

ପ୍ରଜ୍ଜ୍ୱଳୁ ଆଲୋକ    ଶିକ୍ଷାର ବର୍ତ୍ତିକା

      ଅନ୍ଧକାର ହେଉ ଦୂର ।


ଝରୁ ଶୁଭାଶିଷ     ମଙ୍ଗଳ କଲ୍ୟାଣ

      ସ୍ୱପ୍ନ ହେଉ ଚରିତାର୍ଥ

ଉନ୍ମେଷ ଜୀବନ     ବରଦ ସୁଖଦ

      ଶୂନ୍ୟରୂପ ବିଷ୍ଣୁପଦ ।

          


Rate this content
Log in

Similar oriya poem from Fantasy