କଥନି କରଣୀ ଏକ ହେଉ
କଥନି କରଣୀ ଏକ ହେଉ
ଅମ୍ଳଯାନ ଦିଅଇ ସିଏ ଆମକୁ ବଞ୍ଚିବା ପାଇଁ,
ଗଛ ଓ ଲତା ଥିଲେ
କ୍ଳାନ୍ତ ପଥିକ ଥକା ମେଣ୍ଟାଏ ପାଇ ଶୀତଳ ଛାଇ
ଗଛକୁ ଯତନ କଲେ ।
ନୂଆ ସମୟ ଆସିଲା, ଯୁଗ ବଦଳିଲା ମାନବିକତା
ଗୁଣ ସବୁ ବି ଗଲା,
ସ୍ବାର୍ଥକୈନ୍ଦ୍ରିକ ମୋହ ଗ୍ରସ୍ତ ହୋଇ ସରବ ସମ୍ପର୍କକୁ
ମଣିଷ ନଷ୍ଟ କଲା ।
ଗଛ ସବୁ କାଟିଲେ, ତା ବିନା ବଞ୍ଚି ପାରେ କି,
କେ ମଣିଷ ପଶୁ ପକ୍ଷୀ
ଜାଣିନ କି ଯତନ କଲେ, ଗଛ ସଦା ପୋତିଲେ
ହୋଇବା ସିନା ସୁଖି ।
ଆମ ଦୁଷ୍ଟ ବୁଦ୍ଧିରୁ ଆଜ ଦେଖ ଲୁହ ବହୁଛି ମୃତ
ପ୍ରାୟ ନଦୀର ଆଖିରୁ
କେବେ କୁହ, ଏ ମୃତ ପୃଥିବୀକୁ ବଂଚେଇବା,
ନିଜେ ମରିବା ପୂର୍ବରୁ ।
ଜଳ ବିନା ପରା ସୃଷ୍ଟି ନାଶ, ଜଳ ବହୁଳେ ମଧ୍ୟ
ହୁଏ ପରା ପ୍ରଳୟ,
ପ୍ରକୃତିର ବିଚିତ୍ର ଏଇ ସୃଷ୍ଟି, ନିୟମକୁ ଭଗ୍ନ କରୁ,
ବୁଦ୍ଧି କରି ଅପଚୟ ।
ଜଳ ହିଁ ଜୀବନ, ରଖେ ପ୍ରାଣୀର ପ୍ରାଣ, ପ୍ରମାଣ
ତ ଏ ଧରାରେ,
ଅନ୍ବେଷଣ ଗବେଷଣା ରତ ରହି ଖୋଜୁ ଜଳ ଚନ୍ଦ୍ର
ଓ ମଙ୍ଗଳରେ ।
ସମୟର ଖେଳରେ ପ୍ରଳୟ ହୋଇଛି, ପାଇବ
ମହାଭାରତ ଯୁଦ୍ଧରେ,
ଏ ମଣିଷ ଦେଖିଛି ପ୍ରଳୟ, ନାଗାସାକି ଆଉ
ହିରୋସୀମାର ଯୁଦ୍ଧରେ ।
ପ୍ରଳୟ ଉପରେ ଏହି ଭବେ, କୁହ କଳ୍ପ କଳ୍ପlନ୍ତ
ରେ କିଏ ବା ଅଛି,
ଚକ୍ରବର୍ତ୍ତୀ ହେଉ, ହେଉ ଛତ୍ରପତି ହେଉ ବା ସେ
ପୁଣି ତ୍ରିଲୋକପତି ।
ଭଲ ବୁଦ୍ଧି ଆସୁ, ଚାଲ ମିଳିମିଶି ଗଛ ଲଗାଇବା
ବନାନୀ କରିବା ସୃଷ୍ଟି,
ଧରଣୀ ବକ୍ଷରେ ବଣ ପାହାଡ ପର୍ବତକୁ ରଖିଲେ,
ଧରିତ୍ରୀ ପାଇବ ବୃଷ୍ଟି ।
ବିକାଶ ନାମରେ ବିନାଶ କରୁଛେ, ସଦା ଧରାରୁ
କରୁ ବୃକ୍ଷ ଶୂନ୍ୟ,
କଳ କାରଖାନା ଛତୁ ପରି ଗଢି ଉଠି ବଢାଉଛି
ଖାଲି ପ୍ରଦୂଷଣ ।
କୃତ୍ରିମତାରେ ବାୟୁମଣ୍ଡଳରେ ରୋଗର ଜୀବାଣୁ
କରୁଅଛେ ରୋଗ ସୃଷ୍ଟି,
ପ୍ରଦୂଷଣେ ଧରାପୃଷ୍ଠ ଜଳ ନିମ୍ନଗାମୀ ହୁଏ ସଦା
ଘଟୁ ଅଛି ଅନାବୃଷ୍ଟି ।
କୁହ ଅମୃତର ସନ୍ତାନ, ଅବକ୍ଷୟ ହୁଏ ଦିନୁ ଦିନ
ସ୍ଥିତି ସୁଧୁରିବା କି କେବେ
ପ୍ରକୃତି ଦେଇଆସି ଥିବା ସ୍ନେହ ଶ୍ରଦ୍ଧା ର ଧାରାକୁ
ରକ୍ଷା କରିବା କି କେବେ ।
କରୁଛ ଯଦି ନିଜେ ଅନୁଭବ, ବଦଳିବାକୁ ହେବ
ହେ ମୋ ମଣିଷ ଜାତି
କଥନି କରଣୀ ଏକ ହୋଇଗଲେ, ବଦଳିଲେ ସିନା
ଦୁନିଆ ହସିବ ଉଠି ।