ସତରେ ମୁଁ କାହିଁକି ଆସିଛି
ସତରେ ମୁଁ କାହିଁକି ଆସିଛି
ଦେଖିବା ପାଇଁ ନିତି ନିତି ନୂଆ କଥା
ଏଇ ନୟନରେ,
କଳ୍ପନା ଭିତରେ ନୂଆ ନୂଆ ଛବିକୁ
ଖୋଜେ ସଂସାରରେ ।
ପରିବର୍ତ୍ତନଶୀଳ, ପରିବର୍ତ୍ତନ ହୁଏ, ଏ
ବିବର୍ତ୍ତନ ଦୁନିଆରେ
ଖୋଜିବା ପ୍ରତିକ୍ଷଣ ଚାଲେ, ମଣିଷର
ହୃଦୟ ଭିତରେ ।
ମଣିଷ କଟାଇ ଥାଏ ସମୟ, କେତେ
ଚକା ଭଉଁରୀରେ
ବହୁ ଘଟଣା ଘଟଇ ପରା ଏହିପରି
ଖୋଜିବା ଭିତରେ ।
ଜୀବନ ତ ନାଟ୍ୟଶାଳା, ନାଟକରେ,
ଚିନ୍ତାରେ କାଳ କାଟୁଛି
ବେଳେ ବେଳେ ନିଜର ସତ୍ତା ଓ ସବୁ
ସତ୍ୟତାକୁ ଭୁଲି ଯାଉଛି ।
ବହୁ କେତେ ତଥ୍ୟ ନିଜ ମନ ଭିତରେ
ରଖି ଅଛି
କେତେବେଳେ ସେ ଭାବନାକୁ ହଜାଇ
ବି ଦେଉଛି ।
ଜ୍ଞାନ ସମୂଦ୍ର, ତା ଭିତରୁ ପାଇଣ ବିନ୍ଦୁଏ
ସୀମିତ ଜ୍ଞାନରେ,
ସବୁ କିଛି ଜାଣି ଅଛି ବୋଲି, ମୁଁ ମଣିଷ
ଫୁଟାଣି ମାରେ ।
କୁଟିଳତା ମତାନ୍ଧତା ମନରେ ଖୁନ୍ଦି, ବେଶ
ଭଦ୍ର ମଣିଷର
ଭଦ୍ର ଖୋଳକୁ ପିନ୍ଧି, ଆତ୍ମ ବଡିମା କରଇ
ଅନ୍ତର ମଧ୍ୟର ।
ସେଇ ନିର୍ଲଜ ଭାବନାରେ, ଭାବଇ ସବୁ
କିଛି ଜାଣି ଅଛି,
ମିଥ୍ୟା ଆବରଣରେ, ମଣିଷ ପଣିଆଟିକୁ
ମୁଁ ହରାଇଛି ।
ଘରବୁଡା ନୀତିରେ ବୁଡ଼ାଏ ଘର କେତେ,
ମିଶାଇ ବିଷ ବିଶ୍ୱାସରେ ,
ଅଧର୍ମ ଓ ଅକର୍ମ, କେତେ କଣ ଅଘଟଣ
କାର୍ଯ୍ୟ ଜାଣତରେ କରେ ।
କେତେ ବେଳେ ଏଇ ବିଶାଳ ଗଗନକୁ
ଅନାଇ ଚାହିଁ ଥାଏ
ମୌନରେ ନୀଳ ଆକାଶକୁ ବସି ତାର
ଦିବ୍ୟତାକୁ ଦେଖୁ ଥାଏ ।
କେତେ ଦୂର ଲମ୍ବିଛି ଏ ସୁନୀଳ ଆକାଶ,
ତାହା ଭାବୁଥାଏ
ତାହା ମନ ଭିତରେ ପ୍ରଶ୍ନାବଳୀ ସମୁହର
ଉତ୍ତର ଖୋଜି ଥାଏ ।
ଜୁଳୁ ଜୁଳିଆ ପୋକ ପରି ମୋ ଜୀବନ
କେବେ କେବେ ଭାବେ
ମରୀଚିକା ପଛେ ଧାଉଁଛି କି ସେ ଏଇ
ରଂଗ ମଂଚ ଭବେ ।
ତୁଟିଯିବ ସବୁ କରମ ଫୋଟକା ସଦୃଶ
ଜୀବନ ସରିଲେ
ଏ ମର୍ମକୁ ଭୁଲି ଯାଉ ମାୟା ତ ମାୟା
ର ପ୍ରଭାବ ବଳେ ।
କେବେ ମନରେ ଆସଇ, ସତରେ ମୁଁ
କାହିଁକି ଆସିଛି
କଅଣ ପାଇଁ ମୁହିଁ ଅସତ୍ୟକୁ ସିଦ୍ଧ
କରିବାକୁ ଲାଗିଛି ।
ଜୀବନ ଜଞ୍ଜାଳରେ ସ୍ବାର୍ଥକୁ କରି ସାଥି,
ଚାଲେ ମିଛରେ
ଅନ୍ଧ ଭାବରେ ମାତି ଚାଲିଛି କିଛି ନଭାବି
ଏ ଦୁନିଆରେ ।
ଭାବିପାର ଏହା ମୋ ପାଗଳାମି, ତୁଛା
ଅନ୍ଧାରରେ ମାଡି ଯାଉଛି
ଜାଣିବାକୁ ଚାହୁଁଛି, ମୁଁ କିଏ, କାହିଁକି
ଆସିଛି, କିଏ ପଠାଇଛି ।