ପ୍ରକୃତିଦତ୍ତ ଭାବନା ଶାନ୍ତି ଦିଏ
ପ୍ରକୃତିଦତ୍ତ ଭାବନା ଶାନ୍ତି ଦିଏ
ଏଇ ଧରାରେ ବଣ, ପାହାଡ, ଜଳ ଓ
ସ୍ଥଳ ରହିଅଛି
ପବନ, ବସୁଧା, ଓ ନୀଳ ଆକାଶକୁ
ଦେଖ ରହିଛି ।
ଦେଖ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ଓ ତାରା
ସମୁହ ରହିଛନ୍ତି
ସୂର୍ଯ୍ୟ ସକାଳୁ ଉଦୟ, ଦିନ ଶେଷରେ ମଧ୍ୟ
ଅସ୍ତ ହୁଅନ୍ତି ।
ପାତର ଅନ୍ତର, ସେମାନଙ୍କର, କିଛି ତ
ନ ଥାଏ
କର୍ମ ଅନୁସାରେ ଫଳ, ସରବ ପ୍ରାଣୀ
ଭୋଗୁ ଥାଏ ।
ଦେଖୁଛ କି କେବେ ସେମାନଙ୍କର ଭିନ୍ନ
ଭିନ୍ନ ରୂପ
ସମାନେ ମଣିଷ ସବୁ ଜୀବ ପରି ଅନ୍ୟ
ଏକ ସ୍ୱରୂପ ।
କେଉଁ ଅପରାଧେ, କିଛି ଲୋକ ଦାନା
ପାଆନ୍ତି ନାହିଁ
କିଆଁ କୁହ କିଏ ଏଠି ଖାଇଲେ ବି ଖାଦ୍ୟ
ସରେ ନାହିଁ ।
ପ୍ରକୃତିରେ ସୃଷ୍ଟି ଯେତେ, ସମସ୍ତ ଜୀବ
ନିର୍ଜୀବ ଜଗତର
ମାଧବ ହିଁ ବୀଜ ତତ୍ତ୍ୱ, ଉତ୍ପତ୍ତି ହୁଏ,
ଏକରୁ ଅନେକର ।
କଅଣ ପାଇଁ ଅଧିକାର ନାମେ ଚାଲେ
ସ୍ୱେଚ୍ଛାଚାର
ସମସ୍ତଙ୍କର ଉତ୍ପାଦନର ସାମଗ୍ରୀରେ
ନାହିଁ ଅଧିକାର ।
ସାମନ୍ତବାଦ, ଜମିଦାରୀ, ଓ ପୁଂଜିବାଦୀ
ସଭ୍ୟତାରେ
ପ୍ରକୃତିଗତ ପରିବେଶ ଓ ଚଳଣି, ମଣିଷ
ଭୁଲିଲାରେ ।
ଆସିଲା ସେଥିରୁ ପର ଆପଣା, ଏହି
ଛୋଟ ବିଚାର
ଜାତି, ଧରମ, ଛୋଟ, ବଡ, ଘୃଣା ର
ଅସଞ୍ଜତ ବିକାର ।
ବିଷାକ୍ତ କର୍ମ, ବଚନ ଆସକ୍ତିରେ, ଫଳ
ତ ବିଷମୟ
ଏହି ଭବେ, ସମ୍ପତି ଲୋଭ ଓ ଅଧିକାର
ହେଲା ଉଦୟ ।
ମଣିଷ ସମସ୍ତଙ୍କୁ କରନ୍ତି ପର, ନିଜ
ସ୍ବାର୍ଥ ଓ ସମ୍ପତି ପାଇଁ
କିନ୍ତୁ ସୁନ୍ଦର ପ୍ରକୃତି ଦତ୍ତ ଭାବନା ମନ
ରେ ତ ଶାନ୍ତି ଭରଇ ।
ଦୁଷ୍ଟ ଯିଏ ବୁଝେ ନାହିଁ କେବେ ଅନ୍ୟ
ମନ ତଳର କୋହ
କେତେ ଭଲପାଏ କାଆଗେ କହିବି
ବୁହାଇଛି କେତେ ଲୁହ ।
ଜୀବନ ଯାତ୍ରା ପଥେ ସଂସାରୁ ଉର୍ଦ୍ଧ୍ବେ
ରହି ମଣିଷଙ୍କୁ ଭଲପାଏ
ପାତର ଅନ୍ତର ସେମାନଙ୍କ କିଛି ନଥାଏ
ସଭିଙ୍କ ଆଖିରେ ସିଏ ।