STORYMIRROR

Prahallad Sahoo

Romance Classics Fantasy

4  

Prahallad Sahoo

Romance Classics Fantasy

ଅଭିସାରିକା

ଅଭିସାରିକା

1 min
261


ଆଗୋ ଅଭିସାରିକା ମୋ ମନ ନାୟୀକା 

ସରଗ ସୁନ୍ଦରୀ ରୂପସୀ ନିଦାଘ ପ୍ରେୟସୀ

ତୋ ପଥ ଚାହିଁ ବସିଛି ଲୋ ତୋ ପ୍ରେମିକା

ଅଙ୍ଗେ ରଙ୍ଗ ଯଉବନ ପ୍ରେମିକ ମନ ମାନସୀ ।


ପଥ ପ୍ରାନ୍ତେ ଉଭା ନଭଶ୍ଚୁମ୍ଭୀ ସୃଙ୍ଗାର ରେ

ଆଖି ଯାଏ ଲାଖି ତୋ ରୂପ ବୈଭବ ଦେଖି

ବଧୂ ବେଶେ ଓଲଟି ଚାହାଁନା ପ୍ରୀତି ଆଖିରେ 

ତୋତେ ପର କରି କାହାକୁ ନିଜର କରିବି ।


ନାଲି ଓଢଣିରେ ସରାଗେ ସ୍ମିତହାସ୍ୟ ଭରି

ଚାଲୁ ଚାଲୁ ଯେବେ ବାଟୋଇକୁ ଦେଉ ଚାହିଁ

ତୋ ମଧୁମୟ ରୂପ ରଙ୍ଗରେ ହେବ କିଏ ସରି 

ତୋ ମାୟାରେ ଆଛନ୍ନ ହୋଇ ପାଦ ଚଳୁନାହିଁ ।


ଉଦାସି ନୟନେ ଭାବୁ ସ୍ତବ୍ଧ ହୋଇ କ୍ଷଣେ

ସତେ କି ଷୋଡ଼ଶୀ ଅବଳା କୃଷ୍ଣଚୂଡ଼ା ବାଳା

ପଥେ ଛିଡ଼ା ହୋଇ ମୁରୁକି ହସୁଥାଉ ଧିରେ

ମନ ନେଉଅଛୁ ମୋହି କେଉଁ ମାୟାର ଅବଳା ।


କିଏ ଆଙ୍କି ଅଛି ତୋ ଦେହେ ରଙ୍ଗତୂଳି ଧରି

ଦେଖି ତୋର ଶୋଭା ପ୍ରୀତିପ୍ଳୁତ ମନଲୋଭା

କୃଷ୍ଣଚୂଡ଼ା ଦେହେ ସତେକି ଲାଗିଛି ସୁନା ଜରି 

ପାଗଳ କରିଛି ସେ ଚିତ୍ରକରକୁ ତୋ ଆଭା ।


କବି ର ହୃଦୟ ନିଶ୍ଚୟ ହେଉଥିବ ଅଥୟ 

ଦେଖି ତୋର ସେ ଅମୂଲ୍ଯ ରୂପ ପରାଭବ 

ଭାବନାରେ ହଜି କଳ୍ପନାରେ ଖୋଜେ ଶବ୍ଦ 

ସରସ୍ବତୀ କୃପା ବଳେ ତୁହିତ ଶବ୍ଦର ଭାବ ।


ତୋ ପାଦ ପାଉଁଜିର ମଧୁର ରୁଣୁ ଝୁଣୁ ସ୍ବର

ଶୁଭୁନାହିଁ ଆଉ ଅଧାବାଟେ କିପାଁ ହେଲା ସ୍ତବ୍ଧ 

ଓଲଟି ଦେଖୁ ସ୍ବର୍ଣ୍ଣ ପାଉଁଜି ଭୂଇଁରେ ତୋର

ଆକାଶେ ବିଜୁଳି ଚମକ ଭୂମିରେ ଶେଷନାଗ ।


କଅଁଳ ପାଖୁଡା ପରିକା ହସ ତୋର ମୁକ୍ତା ଝର

ହସିଦେଲେ ବଖାଣିଦିଏ ପ୍ରୀତି ପ୍ରଣୟର ଭାଷା 

ତୋତେ ଛୁଇଁବାକୁ ସ୍ନିଗ୍ଧ ବସନ୍ତ ମଳୟ ଅଧିର 

ଆଗୋ ପ୍ରୀତି ପ୍ରଣୟିନୀ ପୂର୍ଣ୍ଣ କର ମନୋବାଞ୍ଛା ।


ନିଦାଘର ପାଟରାଣୀ ସାଜି ଦିଅନା ଯାତନା 

ବର୍ଷା ବସନ୍ତ ବୈଶାଖ ଋତୁଚକ୍ରେ ଭିନ୍ନ ଅର୍ଥ 

ପଳାଶ ଫୁଲ ପରି ଆଉ ନହୁଅ ଆନମନା

ଶୀତୁଆ ସଞ୍ଜରେ ମନେ ଭରିଦିଅ ପରମାର୍ଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance