STORYMIRROR

Manju Rath

Fantasy Others

4  

Manju Rath

Fantasy Others

ଯାତ୍ରା

ଯାତ୍ରା

1 min
222

ମୁଁ ଜୀବନ ଯାତ୍ରା ର ପଥିକ 

ଚାଲୁଥିବା ପର୍ଯ୍ୟନ୍ତ ମୋ ଜୀବନ୍ୟାସ ର 

ତୁମେ ମୋ ସାଥୀ 

ନିତ୍ୟ ରାତ୍ରି ର ରଜନୀ ଗନ୍ଧା ।।


ମୁଁ ଭଲପାଏ ସେହି ଯାତ୍ରାକୁ 

ଯେଉଁଠି ଚାଲିବାର ବାଟ 

ସରୁନଥିବ 

ପ୍ରକୃତି ବି ତ ସେହି ବାଟେ ଚାଲେ ।।


ସୁନେଲି ଖରା ମାପେନା 

ମୋ ଯାତ୍ରା ର ଆରମ୍ଭ କେଉଁଠି 

ଓ ଶେଷ କେଉଁଠି 

ବିଛାଇ ଦିଏ ତା ଖରା ର କଅଁଳିଆ ମନ ।।


ମୁଁ ଭଲପାଏ ସେହି ବର୍ଷା ର ଯାତ୍ରାକୁ 

ବର୍ଷା ର ଗୁମାନ 

ଅସରାଏ ବର୍ଷା ନେଇ 

ଚାଲିଯାଏ ତା ଯାତ୍ରା ପଥେ ।।


ମୁଁ ଭଲପାଏ ସେହି ଶୀତ ର ଯାତ୍ରାକୁ 

କୁହୁଡ଼ି ଭିତରେ ହଜିପାଏ ନିଜକୁ 

ଘାସ ଗାଲିଚା ର କାକରବିନ୍ଦୁ 

ସକାଳ ର ଯାତ୍ରାକୁ ନେଇ 

ବିଶ୍ଳେଷଣ କରେ ପ୍ରାତ ଭ୍ରମଣକୁ ।।


ମୁଁ ଭଲପାଏ ସେହି ଯାତ୍ରାକୁ 

ଯେଉଁଠି ଚାଲିବାର ନୀରବ ପଥ 

ନିମନ୍ତ୍ରଣ କରେ 

ମୋ ହଜିଯାଇଥିବା ଝୁଣ୍ଟି ପଡିଥିବା ମୁହୁର୍ତ୍ତକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy