STORYMIRROR

ଫକୀର ପରିଡ଼ା

Romance Action Fantasy

3  

ଫକୀର ପରିଡ଼ା

Romance Action Fantasy

ଶୁନ୍ୟତା ପରିଚୟ

ଶୁନ୍ୟତା ପରିଚୟ

1 min
183

ତୁମେ ଗଲାପରେ ସବୁ ସମ୍ପର୍କରେ ଶୂନ୍ୟତାକୁ ଭରିଦେଲ

ସ୍ମୃତି କିଆରୀର ସବୁଜିମା ଖେତେ ଖୁସିକୁ ଉଜାଡ଼ି ଦେଲ

ତୁମ ଶୂନ୍ୟତାରେ ଠାକୁର ଘରଟି ଫାଙ୍କା ଘର ପରି ଲାଗେ

ତୁମ ପଲଙ୍କଟି ତୁମକୁ ନପାଇ ଏକା ରାତି ତାର ସରେ

ତୁମ ଆଶାବାଡ଼ି ଏକା ଗଡ଼ି ଗଡ଼ି କବାଟ କଣରେ ପଡ଼େ

ତୁମ ପାନଦାନୀ ଅଳନ୍ଧୁ ଭିତରେ ଆବଶ୍ୟକତାକୁ ଝୁରେ

ତୁମ ଗୀତା ବହି ପୁଟୁଳିରେ ରହି ମୁଷାର ଆହାର ହୁଏ

ତୁମ ଚଷାମାଟି ତୁମ ଆଖି ଖୋଜି ଅନ୍ଧାର ରାଇଜେ ବୁଲେ

ତୁମ ପରିବାର ନିତିପ୍ରତିଦିନ ତୁମ ଉପସ୍ଥିତି ଖୋଜେ

ତୁମ ଉପଦେଶ ଅନୁପସ୍ଥିତିକୁ ପ୍ରତି ନିଷ୍ପତିରେ ଝୁରେ

କେମିତି ଗଲଯେ ଆମବିନା ତୁମେ ଆମକୁ କରି ଅନାଥ

କେମିତି ବଞ୍ଚିବୁ ତୁମ ବିନା ଆମେ କାହାକୁ କରି ସାଆନ୍ତ


Rate this content
Log in

Similar oriya poem from Romance