ଜଳପରୀ
ଜଳପରୀ
ଅଥଳ ସାଗର ଯାହାର ଘର
ନିର୍ଦ୍ବନ୍ଦରେ କରୁଥାଇ ବିହାର
ନାହିଁ ଭୟ ନାହିଁ ଡର ତୁମ୍ଭର
ଜଳମଧ୍ଯେ ଜଳଜୀବ ଆହାର
ଆସ ଗୋ ଉଲଂଘି ସମୁଦ୍ର ବକ୍ଷ
ପ୍ରୀତି ପ୍ରଣୟେ ଆତ୍ମାକର ମୋକ୍ଷ
ତପ୍ତ ବାଲୁକା ସନ୍ତପ୍ତ ଜୀବନ
ପରଶେ ମଧୁମୟ କର ପ୍ରାଣ
ଭରିଦିଅ ମୋ ମନେ ଶୀତଳତା
ଜାଗିଉଠୁ ଏ ପ୍ରାଣେ ମାଦକତା
ସବୁଜିମା ହେଉ ବନ ବନାନୀ
ଉଛ୍ଛୁଳି ଯାଉ ନଦୀ ସ୍ରୋତସ୍ବିନୀ
ଗୁଞ୍ଜରି ଉଠୁ କୋଇଲିର ସ୍ବନ
ଶାନ୍ତ ସ୍ନିଗ୍ଧ ହେଉ ସେ ଉପବନ
ଆଗୋ ମୋ ସାଗରିକା ଜଳପରୀ
ସାଗରରୁ ଶୀତଳ ଦିଅ ଭରି
ସୁଶୀତଳ ତୁମ ଆର୍ଦ୍ର ପରଶେ
ଉତଫୁଲ୍ଲ କର ତନୁ ସୁହାସେ
ଦିଅ ଆଶାପୂର୍ଣ୍ଣ ପ୍ରୀତି ଚୁମ୍ବନ
ସାର୍ଥକ ହେଉ ମଧୁମୟ ସ୍ବପ୍ନ ।।

