ଶରତ ଋତୁ
ଶରତ ଋତୁ
1 min
12
ଶରତ ଫିଙ୍ଗୁଛି
କାଶତଣ୍ଡୀ ଫୁଲ ର ଚାଙ୍ଗୁଡି
କୋଳେଇ ନେଇ ମାଁ
ଦେବ ଆଶୀର୍ବାଦ ର ପଙ୍ଖ ମେଲାଇ
ହସୁଛି ସେ କାକର
ଶୀତ ର ଚାଦର ଓଢେଇ
କଡ ଲେଉଟିଛି
ଅଳସ ର ଅଙ୍ଗଭଙ୍ଗୀ ନେଇ
ପରବେ ନାଚୁଛି ମେଢ
ଢୋଲ ମୃଦଙ୍ଗ ବଜାଇ
ଭକ୍ତ ଙ୍କ ଭାବବିହୋଳ
ଆନନ୍ଦିତ ମନ ନେଇ
ଶରତ ଋତୁର ଶଙ୍ଖ ବଜାଇ
ସୁପ୍ରଭାତ ର କିରଣକୁ
ଆଖିରେ ସଜାଇ
ସଜାଡିଛି ଋତୁର ବାର୍ତ୍ତା କୁ ନେଇ
