ଦରିଆ କୂଳେ ପ୍ରିୟା
ଦରିଆ କୂଳେ ପ୍ରିୟା
ଦରିଆ କୂଳେ ପ୍ରିୟା ବସିଛି ମୁଁ ଏକା
ଆଖି ଖୋଜେ ତତେ ଲାଗେ ଫିକା ଫିକା,
ମାନେ ତୁ ପଡୁଛୁ ଲୋ ହୋଇ ମୋର ସ୍ମୃତି
ମୋ ପ୍ରେମ ପାଉଣା ପ୍ରିୟା ରହିଗଲା ବାକି ।
ତୋ କଥା ଭାବୁଛି ଲୋ ସଞ୍ଜ ରୁ ସକାଳ
ତୋ ପାଇଁ ଦିନେ ମୁଁ ହୋଇ ଯିବି ପାଗଳ,
ବିରହ ଯାତନାରେ ଅଛି ଯେଉଁ ଦରଜ
ପ୍ରେମ ପାଇଁ ଋଣୀ କରି ଦେଲୁ କରଜ ।
ଦରିଆର ଜୁଆରକୁ ବସି ମୁଁ ଗଣୁଛି
ଜୁଆର ଦରିଆର ପ୍ରେମେ ବନ୍ଧା ଅଛି,
ତୋ ଆଖି ଚାହାଣି ପ୍ରିୟା ମନର ଭାଷା
କହିଲୁ ନି ଖୋଲି କଲୁ ଲୋ ନିରାଶା ।
ଦେଖାଯାଏ ଚେହେରା ଲୁହ ତ ଦିଶେନା
ଅନ୍ତରେ ମୁଁ ଚାପିଛି ଅନ୍ତର ଯାତନା,
ଯେତେ ଥାଏ ନିବିଡ଼ତା ସେତେ କି ବାଧା
ସପନ କି ଆମର ଲୋ ରହି ଯିବ ଅଧା ।
ସ୍ମୃତି ମୋର ତୁ ଲୋ ତୁ ଭବିଷ୍ୟତ
ପ୍ରେମ ଆମ ଚିରନ୍ତନ ପ୍ରେମ ହିଁ ସାସ୍ୱତ,
ସାକ୍ଷୀ ଏଇ ଦରିଆ ସାକ୍ଷୀ ଏଇ ଜହ୍ନ
ତୁ ମୋ ନିଶ୍ବାସ ତୁ ମୋ ସ୍ପନ୍ଦନ ।

