STORYMIRROR

Dr. Rajib Lochan Panigrahy

Romance Classics Fantasy

3  

Dr. Rajib Lochan Panigrahy

Romance Classics Fantasy

ଯାଇଛି ପୁରୁଣା

ଯାଇଛି ପୁରୁଣା

1 min
196

ତୁମେ ଆସିଥିଲଏଇ କେତେ ଦିନ ହେଲା

ମୋ ଜୀବନେ,ନେଇ କେତେ ଉନ୍ମାଦନା

କେତେ ଉଲ୍ହାସ ପୁଣି କେତେ ଉଦ୍ଦୀପନା,

ଦେଇଛ ପୁଣି କେତେ ବିଶ୍ୱାସ ଓ ଆଶା 

ପୁଣି କେତେ ଅବିଶ୍ୱାସ, ଦୁଃଖ ଓ ଯାତନା,

ସେ ସବୁକୁ କରିଛି ଅନୁଭବ

 ତୁମେ ଦେଇଛ କେତେ ଅନୁଭୂତି,

କେତେ ଦୁଃଖ, କ୍ଳେଶ

କରିଛ କେତେ ବିଡମ୍ବନା,

କେବେ ଝରିଯାଇଛ ତୁମେ ଚକ୍ଷୁ ଯୁଗଳରୁ

ଧାର ଧାର ଉଷ୍ମ ଜଳ ଧାରରେ,

ତୁମେ ଚାଲିଲ ଆଗକୁ ସମୟ ଧାରାରେ

ଦିନ ରାତି କଟିଛି ଅନେକ ତୁମ ର ସାଥିରେ,

ତୁମେ ଲେଖି ହୋଇଗଲ ପ୍ରତ୍ୟହ କେଲେଣ୍ଡର ପୃଷ୍ଠାରେ,

ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲ ଏମିତି,

ହେଇ ଲାଗେ ଏବେ ପରି ଆସିଥିଲ ଦିନେ

ପୁରୁଣା ହୋଇ ଚାଲିଗଲ କେବେ ନ ପାରିଲି ଜାଣି,

ହସ କାନ୍ଦର ପୁସ୍ତକ ବନ୍ଦ କରି ଯାଇଛୁ ଚାଲି,

ଦେଇଛ ଖାଲି ସ୍ମୃତି ଅନୁଭୂତି

ମୁଁ ପାରୁନି ଭୁଲି ପ୍ତିତିଟି ଋତୁରେ

ମନେପଡ଼ ତୁମେସ ବୁ ସମୟରେ

ଶୟନେ ହେଉ କି ଜାଗରଣେ 

ସମୟ ଆସିଛି ତାକୁ ପାଥେୟ କରି

ଚାଲିବାକୁ ରାସ୍ତା 

ରଖେ ଆଶା ଦେବ ନିଶ୍ଚେ 

ଅକସ୍ମାତ ଆସିବାର ସୂଚନା, ଉଲ୍ଲାସ ଓ ଉଦ୍ଧିପନା ।



Rate this content
Log in

Similar oriya poem from Romance