ଭାବ ଗ୍ରାହୀ
ଭାବ ଗ୍ରାହୀ
କି ସୁନ୍ଦର ଚକା ଆଖି ବେସ ତୁମର
ଦେଖି ଦେଲେ ଥରେ ମନ ନାଚୁଥାଏ ମୋର
ନାଲି ଓଠେ ଖିଲିଖିଲି ହସ ତୁମର
ଭକତଙ୍କୁ କରିଦିଏ ସିଏ ପାଗଳ
କୋଟି ଭକତଙ୍କ ତୁମେ ମଉଡମଣୀ
କି ସୁନ୍ଦର ପ୍ରଭୁ ତୁମ ବାଙ୍କ ଚାହାଣି
ଚକାଆଖି ଦୁଇ କେତେ କଥା କୁହଇ
ଭକତର ମନ ଜାଣ ହେ ଭାବଗ୍ରାହୀ
ତୁମ ଭାବେ ଥରେ ଯିଏ ଯାଇଛି ପଡି
ତୁମନାମ ଥାଏ ସଦା ତୁଣ୍ଡେ ତାହାରି
ଅପଲକ ନୟନରେ ଚାହିଁ ରହିଛ
ଆମ ଦୁଃଖ ସୁଖ ନୀତିଦିନ ଦେଖୁଛ
ମାଟି ଖେଳନା ପ୍ରଭୁ ଆମେ ତୁମର
କଥା କୁହା ଦିଅଁ ପ୍ରଭୁ କଳା ଠାକୁର
ଧନ୍ୟଧନ୍ୟ ଧାମ ତୁମ ଶିରୀ କ୍ଷେତର
ବଡ଼ ଦେଉଳରେ ବଡ଼ ବାନା ତୁମର
ଦୂରେ ଥାଇ ଭକତ କରୁଥାଏ ଜୁହାର l
