STORYMIRROR

Prasanta Kumar Behera

Romance Fantasy Inspirational

3  

Prasanta Kumar Behera

Romance Fantasy Inspirational

ନିଶିଗନ୍ଧା ଯୋଜନଗନ୍ଧା

ନିଶିଗନ୍ଧା ଯୋଜନଗନ୍ଧା

1 min
279



ଆଗୋ ନିଶିଗନ୍ଧା 

ଯୋଜନଗନ୍ଧା

ମୋ ମନ ଉପବନ 

ଚାରୁଲତିକା l


ଆଗୋ ବାସନ୍ତୀ ପୁଲକ 

ଚାନ୍ଦିନୀ ମହକ

ମୋ ଜୀବନର 

ମଧୁ ନିଶା ଚନ୍ଦ୍ରିକା l


ତମ ବିମ୍ବ ଓଠ 

ରସ ମାଧୁରୀ

ମୋ ଜୀବନର 

ମଧୁ ସୁଧା l


ସେଇ ସୁଧା ମୋର  

ଜାହ୍ନବୀ ବାରି

ଆଗୋ ମୋ 

ରଜନୀଗନ୍ଧା l


ତମ ଲକ୍ଷ୍ମୀପାଦ 

ମନ ଅଗଣାରେ ମୋର

ଚହଟାଏ ତମ

ଫୁଲ ତନୁର ସୌରଭ l


ପାଗଳ ଭ୍ରମର ମୁଁ

ଚନ୍ଦ୍ରନିଶାଗ୍ରସ୍ତ

ଲୋଡ଼େ ତମ 

ରଂଗ ତନୁର ବିଭବ ।


Rate this content
Log in

Similar oriya poem from Romance