STORYMIRROR

ଗୁରୁଚରଣ ମହାକୁଡ଼

Fantasy

3  

ଗୁରୁଚରଣ ମହାକୁଡ଼

Fantasy

ସପନର ଦୁନିଆ

ସପନର ଦୁନିଆ

1 min
142


ମନରେ ସାଇତି ଆଶା ଅସୁମାରୀ ସାଗର ସିନ୍ଧୁ ରେ ଢେଉ

ସାତ ସାଗରର ଗଭୀର ଜଳରେ ଲୁଚିଛି କି ସୁନା ଢେଉ ।


ସପନ ଦେଖୁଚି ମୋ ଦୁଇ ଆଖିରେ ଗହନ ନିଦରେ ଶୋଇ

ହଜିଯାଇଛି ମୋ ହୃଦୟ ତୋପାଖେ ଖୋଜି ମୁଁ ପାଏନି ଆଉ ।


ଆଖିରେ ଆଖିଏ ଦେଖିଚି ସପନ ତୁମପାଇଁ ମନ ମୋର ସାଇତି ରଖିବି ହୃଦୟ ରେ ମୋର ଆସି ଥରେ ଧରାଦିଅ ।


ଜନ୍ମଜନ୍ମ ର ଏ ଅତୁଟ ବନ୍ଧନ ଜୀବନ ର ପଥ ଅଙ୍କା ବଙ୍କା

ହାତ ଧରି ବାଟ ଚାଲିବା ପାଇଁ ତ ସାଥୀ ତୁମେ ମୋର ଏକା ।


ତୁମ ପାଇଁ ମୁହିଁ ଦେଖିଚି ସପନ ସାଇତି ମନ ରେ ମୋର 

ହୃଦୟ ମନ୍ଦିରେ ରଖିବି ତୁମକୁ ମନର ଦେବୀ ତୁମେ ମୋର ।


ଅଜଣା ଅତିଥି ଭାବିବନି ମୋତେ ଯୁଗେ ଯୁଗେ ମୁଁ ତୁମର

ବନ୍ଧନ ଡୋରିରେ ବାନ୍ଧି ହୋଇ ଦୁହେଁ ଗଢିବା ନୂଆଁ ସଂସାର ।


Rate this content
Log in

Similar oriya poem from Fantasy