ପବିତ୍ର ହେରା ପଞ୍ଚମୀ
ପବିତ୍ର ହେରା ପଞ୍ଚମୀ
ଆଷାଢ଼ ଦ୍ଵିତୀୟାରେ
ରଥପରେ ଚଢି
ବାହାରିଲ ବୁଲି
ମାଉସୀ ମା ଘର
ହେ କଳା ଠାକୁର
ଭାଇ ଭଉଣୀଙ୍କୁ
ସଙ୍ଗେ ଧରି,
ଟାହିଆ ହଲେଇ
ରଥପରେ ବସି
ଉଲ୍ଲସିତ ମନେ
ବଡ ଦାଣ୍ଡେ ଗହଳି ଲଗାଇ
ଭକତଙ୍କ ମେଳେ
ଚନ୍ଦନ କର୍ପୁର ଲଗାଇ,
ନବ ଯଉବନ ବେଶ ଧରି
ଭକତଙ୍କ ନେତ୍ର ପଖାଳି
ଚାଲିଲ ହେ ପ୍ରଭୂ
ଶିରି ମନ୍ଦିରୁ ବାହାରି
ଲଷ୍ମୀ ମାତାଙ୍କୁ ଛାଡି,
ମାନବୀୟ ଲୀଳା ଖେଳି
ଭାଇ ଭଉଣୀ ପ୍ରେମରେ
ଜଗତକୁ ଦର୍ଶନ ଦେଇ
ମାଉସୀ ମାଆର
ଆଦର ପାଇବା ପାଈଁ,
କାହିଁକି ଛାଡି ଗଲ
ନିଜ ଧରମ ପତ୍ନୀଙ୍କୁ
ନ ଜଣାଇ ରତନ ବେଦୀ ଛାଡି
ରାଗକୁ ପଞ୍ଚମ କରି
ମାତା ଲଷ୍ମୀ ବେତାଳ ପ୍ରେରଣ କରି
ଖୋଜି ତୁମ ରଥଚକ
ଦେଲେ ଭାଙ୍ଗି ଯେ ପ୍ରଭୂ ହେ
ତୁମେ କୁଆଡେ ଗଲ ଡରି,
ବିଶ୍ୱକର୍ମାଙ୍କୁ ଡାକି
ରଥ ଦେଲ ସଜାଡି
ପୁଣି ରଥକୁ ରଖିଲ
ଶ୍ରୀମନ୍ଦିର ମୁହାଁ କରି
ଫେରିବାର ପ୍ରତିଶୃତି ଦେଲ
ମା ଲଷ୍ମୀଙ୍କୁ ବୋଲି
ତାଙ୍କ ରାଗ କଲ ଶାନ୍ତି,
ଆଡପ ଘରେ ରହିଲ
ତିନି ଠାକୁର ଭିନ୍ନ ଭିନ୍ନ ବେଶ ଧରି
ଭକତ ମନକୁ ମୋହି
ବେତାଳ ଗଣଙ୍କୁ ନପାରିଲ ରଖି
ବାହୁଡ଼ିବା ପ୍ରତିଶୃତି ଦେଇ
ହେରା ପଞ୍ଚମୀରେ ଲଷ୍ମୀ ମାଆ
ଦେଲେ ନିଜ ରୁପକୁ ଦେଖାଇ
କଳିଯୁଗ ରୀତି ଏହି
ଧରମ ପତ୍ନୀଙ୍କୁ ହତାଦର କଲେ
ଫଳ ଏମିତି ହୁଅଇ ।
