STORYMIRROR

samarpita panda

Romance Tragedy Fantasy

3  

samarpita panda

Romance Tragedy Fantasy

ପ୍ରେମର ମୋ ପଟ କାନ୍ଥ

ପ୍ରେମର ମୋ ପଟ କାନ୍ଥ

1 min
200

ମୋ ଘରେ ସନ୍ଧ୍ୟା ହେଲେ ଜଳି ଉଠେ

ତୁମ ସ୍ମୃତିର ସଞ୍ଜବତୀ,

ଅତୀତର ଆଲଣାରେ ଏବେବି

ଟଙ୍ଗା ତୁମେ ମଥା ଛୁଇଁ ଦେଇଥିବା

ଗୋଟି ଗୋଟି କରି ପ୍ରତିଶ୍ରୁତି

କେବେ ମନ ହେଲେ ଖଣ୍ଡେ ଖଣ୍ଡେ କାଢ଼େ ସେଥିରୁ

ତାକୁ ଟିକେ ଦେହରେ ପକେଇ

ତହିଁରୁ ସମୟର ଧୂଳି ପୋଛିଦେଇ

ଛାଟିଦିଏ ଅପେକ୍ଷାର ଠେଳାଏ ଚନ୍ଦନ ଓ ଅଗୁରୁ ।


ତୁମେ ଯିବା ଦିନୁଁ ମୁଁ ଆଉ ଭେଟିନି ବାସ୍ତବତାକୁ

ଖାଲି କଡ ଲେଉଟାଏ ଏଇ କବିତା,

କଲମ, ଜହ୍ନ ଆଦିଙ୍କ ସାଥେ

ତୁମ କଥା କହୁ କହୁ କାହାଣୀ ହୁଏ

ତୁମ କଥା ଭାବୁ ଭାବୁ କବିତା ଗାରେଇ ହେଇଯାଏ

ମିଛେ ଖାଲି ଲୋକେ କୁହନ୍ତି ଇୟେ ଭାବୁକ ଟିଏ,

ଇୟେ କବି ଟିଏ ।


ଏବେବି ମୋ ଡାଏରୀର ପୃଷ୍ଠାସବୁକୁ ଚିପୁଡ଼ିଲେ

ସେଥିରୁ ନିଗିଡି ପଡିବ ତୁମେ

ଜାଣିଛି ଧରା ଦେଇନ କି ଦେବନି

ବରଂ ଧାର ଧାର ହୋଇ ବହିଯିବ

ଅମାନିଆ ନଈଟେ ହେଇ

ମୋ ଦୁଃଖ ଓ ଦରଜର ଦୁଇ କୁଳ ଖାଇ

ମୋ ଅପେକ୍ଷାକୁ ସମୂଦ୍ରେ ଆୟୁଷ ଯୋଗେଇ ଦେଇ ।


ଯେତେ ନୀରବତା, ଯେତେ ନିଃସଙ୍ଗତା

ମୋ ତଣ୍ଟି ଚିପି ଧରିଲେ ବି

ବିଶ୍ୱାସର ଗଛମୂଳେ ପାଣି ଦେଇ

ଭରସାର ନିଶା ଖାଇ ଖାଇ

ମୁଁ ସ୍ବପ୍ନଭରା ନିଦରେ ଶୁଏ

ମୋ କବିତାର ଶେଷ ପଂକ୍ତିରେ

ଆମ ମିଳନ ଲେଖିଦେଇ ।



Rate this content
Log in

Similar oriya poem from Romance