STORYMIRROR

samarpita panda

Others

3  

samarpita panda

Others

କାହାଣୀ ଅଭିଳାଷର..

କାହାଣୀ ଅଭିଳାଷର..

1 min
13

ମୁଁ କାହାଣୀ ଲେଖେ ସେଇ ଅଜଣା ଗଳିର ଯେଉଁଠି ନିଜକୁ ହଜେଇ ମୁଁ ଅନେକ ଥର ମୋର ଘରର ରାସ୍ତା ପାଇଛି!


ମୁଁ କାହାଣୀ ଲେଖେ ସେଇ ନିର୍ଜନ ଅନ୍ଧକାରର ଯିଏ ମୋତେ ପାଖରେ ବସେଇ ତାର ସୁଖ ଦୁଃଖ ସବୁକୁ ମୋ ସହ ବାଣ୍ଟିଛି!


ମୁଁ କାହାଣୀ ଲେଖେ ସେଇ ମୂକ ପଥରର ଯିଏ ଦିନେ ମୂର୍ତ୍ତିକାରର ହାତ ବାଜି ଭଗବାନ ସାଜିବାର ସ୍ୱପ୍ନ ଦେଖୁଛି!


ମୁଁ କାହାଣୀ ଲେଖେ ସେଇ ଭସା ବାଦଲର ଯିଏ ତୃଷ୍ଣାରେ ମୋର ଆତୁର ହୋଇ ଝରକା ପାଖେ ଅସରାଏ ବର୍ଷା ଢାଳି ଦେଇଛି!


ମୁଁ କାହାଣୀ ଲେଖେ ସେଇ ଭୋକିଲା ନିରାଶ ମୁହଁର ଯିଏ ଦାନା ମୁଠିଏ ପାଇଁ ଅନ୍ୟ ଆଗରେ ହାତ ପାତିଛି!


ମୁଁ କାହାଣୀ ଲେଖେ ସେଇ ଅପରିଚିତ ହସର ଯାହା ଭିଡ ଭିତରେ ମଧ୍ୟ ଆପଣାର ଭାବେ ଆସି ହୃଦୟକୁ ଆଲିଙ୍ଗନ କରିଛି!


ମୁଁ କାହାଣୀ ଲେଖେ ସେଇ ମତୁଆଲା ପ୍ରେମିକର ଯିଏ ରାତିର ଜହ୍ନ ମଧ୍ୟରେ ତାର ପ୍ରିୟାର ଛବି ଆଙ୍କିଦେଇଛି!


ମୁଁ କାହାଣୀ ଲେଖେ କାରଣ କିଛି ଅବ୍ୟକ୍ତ ବ୍ୟଥା କଲମ ମୁନର ସ୍ୟାହି ସାଜି ମୋର ଯନ୍ତ୍ରଣାରେ ମଲମ ଲେପି ଦେଇଛି!


.



Rate this content
Log in