STORYMIRROR

samarpita panda

Inspirational Children

4  

samarpita panda

Inspirational Children

ମା'

ମା'

1 min
4

ରାତି ପାହିବା ଆଗରୁ ସେ ଫୁଟି ଉଠେ

ଫୁଲ ହେଇ ସବୁ ଅଗଣାରେ

ତା ମଥାର ଲାଲ ବିନ୍ଦି ଦାଉ ଦାଉ ହେଇ

ଜଳି ଉଠେ ଆକାଶ ଛାତିରେ |


ଈଶ୍ବରଙ୍କ ସହ ସବୁ ହିସାଵ ନିକାସ ସାରିଦିଏ

ଆଉ କେହି ଦେଖିନେବା ପୂର୍ବରୁ

ରୋଷେଇ ଘର ତାୱାରେ ଗୋଲ କରି ଗଢିଦିଏ

ସଭିଙ୍କ ଭାଗର ପୃଥିବୀ |


ଦିନ ଯାକ ଦଉଡୁ ଥାଏ ଏକଡ଼ ସେକଡ

ସବୁ ଥକାପଣକୁ ଅଣ୍ଟିରେ ଖୋସି

ଦେବୀଟିଏ ହେଇ ବି ଦେବୀଙ୍କ ଦୁଆରେ

ଦୀପ ଜାଳୁଥାଏ ବସି |


ଯାହା ଆଗେ ଧର୍ଯ୍ୟ ବି ଆଣ୍ଠୁ ମାଡ଼େ 

ଈଶ୍ବର ଗଢିବାପାଇଁ ଯାହାର ଲୋଡ଼ାପଡେ

ସେ ମା ଟିଏ, ସେ ନାରୀ ଟିଏ |


Rate this content
Log in

Similar oriya poem from Inspirational