STORYMIRROR

Kalpana Satpathy

Classics Fantasy

3  

Kalpana Satpathy

Classics Fantasy

ଟିକି ଟିକି ଫୁଲ ଆଉ ଟିକି ଆଶା

ଟିକି ଟିକି ଫୁଲ ଆଉ ଟିକି ଆଶା

1 min
179

ଆଜିର ଯେ କଢିଟିଏ

କାଲିକୁ ଫୁଲ ହୋଇ ଫୁଟିବ

ଟିକି ଟିକି ଫୁଲ ଆଉ ଟିକି ଆଶା ନେଇ

ଏ ଜଗତକୁ ଦିନେ ମୋହିବ।

ଟିକି ଟିକି ଫୁଲ ପରି ପବିତ୍ର ମନ ନେଇ

ନୀଳନୀଳ ଜଳରାଶିରେ ସେ

ମୀନ ହୋଇ ଖେଳିବ

ଶଶାଗରା ଧରା ଏହି ଦୁନିଆଁ ବୁକୁରେ

ଫୁଲ ସାଥେ ଆଖି ମିଶେଇ ପ୍ରଜାପତି

ଛୁଆଁ ନେଇ ଏ ଦୁନିଆଁ

ଦାଣ୍ଡରେ ସେ ଦିନେ ହସିବ।

ମନେ ନାହିଁ ତା'ର ରାଗ ଋଷା

ଅପରୂପ ବେଶଭୂଷା

ଟିକି ଆଶା ନେଇ ସିଏ ଆଜି ବାଟ ଚାଲିବ

ମନରେ ବାନ୍ଧି ସାହସ ଉଚ୍ଚତମ 

ଗିରି ଶୃଙ୍ଗବି ସିଏ ଦିନେ ଚଢିବ।

ପ୍ରଜାପତି ଡେଣା ମେଲି ଆକାଶେ ସେ ଉଡିବ

ଆଜିର ଆଧୁନିକ ଯୁଗରେ ବି

ଭଗବାନଙ୍କ ଚରଣରେ

ସମର୍ପିତ ହୋଇ ସୁନାମ ଅର୍ଜିବ।


Rate this content
Log in

Similar oriya poem from Classics