STORYMIRROR

Kalpana Satpathy

Abstract Classics Inspirational

3  

Kalpana Satpathy

Abstract Classics Inspirational

ସମୟ ବାଜି

ସମୟ ବାଜି

1 min
3

ସମୟ କୁ ଆମକୁ ଅପେକ୍ଷା କରିବାକୁ ପଡେ 

କିନ୍ତୁ ସମୟ କାହାକୁ ଅପେକ୍ଷା କରେ ନାହିଁ,

ସମୟ ର ଗତିରେ ମଣିଷ ଅବିଶ୍ରାନ୍ତ ଗତିରେ 

ଚାଲିଥାଏ ଆଗକୁ ଆଗକୁ ପ୍ରତି ପାହୁଣ୍ଡ ପରେ ପାହୁଣ୍ଡ,

ସମୟ ବାଜି ରେ ରେ କେତେ ବେଳେ 

କିଏ ହାରେ ହାରେ କିଏ ଜିତେ 

ସଵୁ କିଛି ଥାଏ ସେହି ନ ନିୟତିର ହାତରେ।

ସମୟ ର ସ୍ରୋତରେ କିିଏ ପଡ଼ିଥାଏ 

ଅପନ୍ତରା ମରୁଭୂମିରେ ତ ଆଉ କିଏ

ସମୟ ବାଜି ରେ ଜିତି ବିଜୟର ଧ୍ୱଜା 

ଉଡାଇ ଖୁସି ରେ ଅଧୀର ହେଉଥାଏ,

ସମୟ ବଡ ବଳବାନ ବୋଲି 

କହୁଥାଏ ସଭିଙ୍କ ପାଖରେ।

ସମୟ ବାଜି ଆଣେ କାହାପାଇଁ 

ଭେଟିଦିଏ ନୂଆ ସକାଳର କଅଁଳ 

ଖରାରେ ସୁଖର ଠିକଣା ତ ଆଉ 

କେଉଁଠି ସମୟ ଛଡ଼ାଇ ନିଏ 

ସବୁ ସୁଖ, ଦୁଃଖର ବେଳାଭୂମି ପରେ 

ରଚିଦେଇ ମାଳ ମାଳ ଢେଉର ଆସ୍ତର 

ଦରଦି ହୃଦୟ ର କେଉଁ ଏକ ନିର୍ଜନ କୋଣରେ।


Rate this content
Log in

Similar oriya poem from Abstract