STORYMIRROR

Minakumari Tahala

Fantasy

4  

Minakumari Tahala

Fantasy

ସୁନ୍ଦର ବିଶ୍ଵ ଏ ସୁନ୍ଦର

ସୁନ୍ଦର ବିଶ୍ଵ ଏ ସୁନ୍ଦର

1 min
334

ଏ ସୁନ୍ଦର ବିଶ୍ଵ ଗଢ଼ିଛନ୍ତି ବିହି

କେତେ ରୂପ ରଙ୍ଗ ଦେଇ

ନୈସର୍ଗିକ ଏହି ସୁଷମାରେ ଭରା

ଅପରୂପ ଶୋଭା ବହି।


କେଉଁଠି ପ୍ରକୃତି ଖଞ୍ଜି ଦେଇଛନ୍ତି

ସବୁଜ ବନାନୀ କ୍ଷେତ 

ଝରଣା କେଉଁଠି ଝରି ଯାଉଅଛି

କରି କୁଳୁ କୁଳୁ ନାଦ ।


କ୍ଷେତର ମଧ୍ୟରେ ଜଙ୍ଗଲ ଜୀବଙ୍କ

ଦୃଶ୍ୟ ଅଟେ ପଟାନ୍ତର

ଛବିଳ ପ୍ରତୀମା ଦୀପ୍ତିମନ୍ତ ହୋଇ

ଝଟକଇ ବାରମ୍ବାର।


ଝରଣାର କୁଳେ ନିର୍ମିତ ଗୃହ ଟି

ଦିଶଇ ଯେ ଶୋଭନୀୟ

ବିଶ୍ଵ ସ୍ରଷ୍ଟାଙ୍କର ବିଚିତ୍ର ବର୍ଣ୍ଣାଳୀ 

ଅଟଇ ଅବର୍ଣ୍ଣନୀୟ।


ଅତୁଳନୀୟ ସ୍ରଷ୍ଟାଙ୍କର ସୃଷ୍ଟି

ଜଳ, ଜଙ୍ଗଲକୁ ନେଇ

ସୁରକ୍ଷିତ ହେଲେ ବଞ୍ଚିବା ସଭିଏଁ

ହସିବ ସୁନ୍ଦର ମହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy