Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Others

4  

Bharatabandhu Biswal

Fantasy Inspirational Others

ଆ ରାଜହଂସୀ

ଆ ରାଜହଂସୀ

1 min
343



ମୋ ପ୍ରାଣ ମିତଣୀ ଆ ରାଜହଂସୀ

କଥା ହେବା ହସି ଟିକିଏ ବସି,

ଖେଳିବା ବୁଲିବା କୁଞ୍ଜ ଉପବନେ

ଖୋଜିବା ଶାମୁକା ବାଲିରୁ ମିଶି ।

ତୋଳିବା ସୁମନ ବାଛି ବାଛି ରଙ୍ଗ 

ଗୁନ୍ଥିବା ସଯତ୍ନେ ହାର ଗଜରା,

ଶୁଣିବା କୋକିଳ ମିଠା କୁହୁ ତାନ

ପକ୍ଷୀଙ୍କ କୂଜନ ପାରା ଘୁମୁରା ।

ଫୁଲରୁ ଫୁଲକୁ ଉଡି ବୁଲୁଥିବେ

ଲୋଭେ ମଧୁକର ପରଜାପତି, 

ବାସେ ମହମହ ହେବା ବିମୋହିତ 

ଆନନ୍ଦରେ ଯିବ ସମୟ ବିତି ।

ବର ଜାମୁ କଣ୍ଟି କୋଳି ଓ ପିଜୁଳି

କରିବା ସଂଗ୍ରହ ସୁସ୍ବାଦୁ ଫଳ,

ଚାଖି ଖଟା ମିଠା କରିବା ଆହାର

ନଥିବ ମନରେ କାହାକୁ ଡର ।

କହୁଛି ମୁଁ ସତ ପ୍ରିୟ ସାଥୀ ମୋର

ଏକାକୀ ଜୀବନ କଷ୍ଟ ଦାୟକ ,

ଫୋଡିଛ ହୋଇଯାଏ ଦେହରେ ମନରେ

ଚିନ୍ତା ଅସରନ୍ତି ତୀକ୍ଷ୍ଣ କଣ୍ଟକ ।

ସକାଳରୁ ସଞ୍ଜ ବିତିଯିବ ଦିନ

ଉଦେ ହେବେ ଜହ୍ନ ଶରଦ ଶଶୀ,

ଦେଖିବା ଆକାଶେ ତାରା ମିଞ୍ଜି ମିଞ୍ଜି

ଗଣିବା ମିଶିକି ଏକାଠି ବସି ।

ଦେଉଛି ଶ୍ରଦ୍ଧାରେ ଗଳାରେ ପିନ୍ଧାଇ 

ଗୁଞ୍ଜ ମୋତିମାଳ ମୋ ଉପହାର, 

ଆସ ରାଜହଂସୀ ସାଥୀ ହୋଇ ଆମେ

ତୋଳିବା ମୂର୍ଚ୍ଛନା ସ୍ବର ମଧୁର ।

     


Rate this content
Log in

Similar oriya poem from Fantasy