STORYMIRROR

Prahallad Sahoo

Romance Classics Fantasy

4  

Prahallad Sahoo

Romance Classics Fantasy

ଗୋରି

ଗୋରି

1 min
275

ଗୋରି ଟିକେ ହସ 

ତୁମ ହସରେଭରା ପିୟୁଷ 

ନହସିଲେ, ଦେଇ ଦିଅ ବିଷ

ସେ ବିଷରେ ପ୍ରାଣ ହେଉ ଶେଷ।


ଗୋରି ଟିକେ ବସ 

ନକରି ମନେ ବିରସ

ବାହୁରେ କର ଆଲିଙ୍ଗନ 

ନକଲେ, ପ୍ରାଣ ମୋ ହେବ ନିଧନ।


ଗୋରି ଦେଖି ତୁମ ରୂପ ଯୌବନ

ସତେ ସାକାର ହେଲା ମୋ ସପନ

ମନେ ମନେ ଭାବି କରୁଛି ନିବେଦନ 

ଏ ଜନମେ ହେବକି ଆମ ମହା ମିଳନ।


ଗୋରି ଅପୂର୍ବ ରୂପକାନ୍ତି, 

ଦେଖି ଆନମନା ମୋର ମତି

ଅନିନ୍ଦ୍ୟ ଶୋଭାରାଜି ତନୁ ତୁମ

ଏବେଠୁ ତୁମଠି ମନ ଗଲା ହଜି ମମ।


ଗୋରି ଉତ୍ତାଳ ଲହରୀ ସମ 

ତରଙ୍ଗାୟିତ କେଶ ବାସ ତୁମ 

ଆଗୋ କୁନ୍ଦଦନ୍ତି ମୁଚୁକୁନ୍ଦୀ ତନୟ 

ଆହାକି ମଧୁର ଓଠ ତୁମ ହସମୟ।


ଗୋରି ଟିକେ ଆସ 

ପ୍ରଭାତ ଭ୍ରମଣ ପ୍ରୟାସ

ଉପଭୋଗ କରିବା ପ୍ରକୃତି ରାସ

ତୁମକୁ ମୋ ରାଣ ଧରିବନି ମୋ ଦୋଷ।


ଗୋରି ତୁମ ଦେହେ ପଡି ରବି କିରଣ

ଦିଶୁଅଛି କେଡେ ସୁନ୍ଦର ଅତି ଚିକ୍କଣ 

ଆହାକି ସୁନ୍ଦର ମଧୁମୟ ସେ ଆକର୍ଷଣ 

ତୁମ ସେ ରୂପ ଦରଶନେ ମୋହିଲା ମୋ ପ୍ରାଣ।


ଗୋରି ଦେଖ ଏ ଉପବନ

ଭ୍ରମର କରୁଛନ୍ତି ସଙ୍ଗୀତ ଗାୟନ

ପୁଷ୍ପ ଗଣ୍ଡଦେଶେ ଦେଇ ପ୍ରୀତି ଚୁମ୍ବନ 

ଶୃଙ୍ଗାର ରସେ ପ୍ରେମ ପ୍ରଣୟରେ ମଗନ।


ଗୋରି ଆସ ବାହୁରେ ବାହୁ ଛନ୍ଦି

ଏ ମିଛ ମୟା ସଂସାରେ ହୋଇବା ବାନ୍ଧି

ତୁମେ ସର୍ବଗୁଣେ ରମ୍ଭା, ମେନକା, ଉର୍ବଶୀ 

ପ୍ରୀତି ପ୍ରଣୟରେ ରଚିବା ସଂସାର ହସି ହସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance