ଭୋକ ଲାଗିଲାଣି ଭାରି
ଭୋକ ଲାଗିଲାଣି ଭାରି
ଇସ୍ କି ସୁନ୍ଦର ଫଳ ଗଛଟାଏ
କେତେ ରଙ୍ଗ ଭରା ପତ୍ର,
ଭୋକରେ ଜଳୁଛି ପେଟ ଚଳିବାକୁ
ଶକ୍ତି ନାହିଁ ତିଳେ ମାତ୍ର ।
ମହମହ ଖାଲି ବାସି ଯାଉଅଛି
ଖାଆନ୍ତି ଗୁଣ୍ଡୁଚି ଡେଇଁ,
ପକ୍ଷୀମାନେ ଶାଖା ପରେ ଭୁଞ୍ଜୁଛନ୍ତି
ବିଷାକ୍ତ ଫଳ ଏ ନାହିଁ ।
ମୂଳରେ ହରିଣ ଘାସ ଚରୁଛନ୍ତି
ବିଶ୍ରାମ ନିଅନ୍ତି କିଏ,
ଅନ୍ୟ ପ୍ରାନ୍ତରକୁ ଯାତ୍ରା କରୁ କରୁ
ପଥ ଭୁଲି ଗଲି ହାଏ ।
ବନ ମଧ୍ୟେ ଏବେ ଘୂରି ବୁଲୁଅଛି
ଭୋକ ଲାଗିଲାଣି ଭାରି,
ଯାଏ ଗୋଟା କେତେ ଫଳ ଖାଏ ଏଠୁଁ
ଏ ବୃକ୍ଷରେ ଚଢ଼ି କରି ।
ଶାଖା ପରେ ଥାଇ ଦୂରେ ନିରେଖିବି
ବାହୁଡ଼ିବା ମାର୍ଗ କେଣେ,
ଯାତ୍ରା ନିରାପଦ ହୋଇଯା'ନ୍ତା ଯେବେ
ମିଳନ୍ତେ ପଥିକ ଜଣେ ।