STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ଚନ୍ଦନ ଚର୍ଚ୍ଚିତ ନବକଳେବର

ଚନ୍ଦନ ଚର୍ଚ୍ଚିତ ନବକଳେବର

1 min
264

 ପ୍ରଭୁ କାଳିଆ ଠାକୁର

ତୁମ୍ଭ ଲୀଳା ଅଟଇ ଅପାର

ବାର ମାସେ ତେର ଯାତ ଲଗାଇଛ

ଭକତ ଜନଙ୍କ ମନକୁ ମୋହୁଛ

ତୁମ ଯାତ ସବୁ ଋତୁ ଚର୍ଯ୍ୟା ବହେ

ସେଥୁରୁ ଭକତ ବଂଚିବା ଶିଖେ

ବର୍ଷ ସାରା ଭକ୍ତ ଯାଏ ତୁମ ମନ୍ଦିର

ପାଇବାକୁ ତୁମ ଦରଶନ 

କେବେ କେବେ ତୁମେ ଆସ ବାହାର

ଦେବାକୁ ଦର୍ଶନ ଭକତ ଜନର

ଗ୍ରୀଷମ ଋତୁରେ ନିଦାଘ ଦାଉରୁ

ବଂଚିବାକୁ ଲୋଡ଼ା କେତେଯେ ଦରବ

ଲୋଡ଼ା ହୁଏ ପୋଖରୀ ଜଳେ ସ୍ନାନ

ବୈଶାଖ ମାସରେ ପ୍ରଭୁ ହୁଅନ୍ତି ଅସହ୍ୟ

ବିମାନରେ ଚଢି ଯାଆନ୍ତି ନରେନ୍ଦ୍ର ପୋଖରୀ

ଚାପ ଖେଳନ୍ତି କାଳିଆ ଭାଇ ଭଉଣୀ ସହ

ଭକତ କରି ଦର୍ଶନ ହୁଅନ୍ତି ଧନ୍ୟ

ଦର୍ଶନ ଲାଭ କରି ଭକତ ଅର୍ଜନ୍ତି ପୁଣ୍ୟ

ଭକତ ଙ୍କୁ ଦେଖି କାଳିଆ ହୁଅନ୍ତି ଉଲ୍ଲାସ

ଦ୍ୱାପରେ କାଳିଆ ଖେଳୁଥିଲେ ନଦୀକୂଳେ

କରିଥିଲେ କାଳୀୟ ଦଳନ ପୋଖରୀ ଜଳେ

କଳି ଯୁଗେ ପ୍ରଭୁ ଅଛନ୍ତି ନୃସିଂହ ରୂପରେ

ଅଯୋନି ଶମ୍ଭୁତ ହୋଇ ଜନମିଥିଲେ ପ୍ରଭୁ

ହିରଣ୍ୟ କାଶ୍ୟପୁ ନାସି ରଖିବାକୁ

ଭକତଙ୍କୁ ଏ ଧରା ପୃଷ୍ଟରେ

ନୃସିଂହ ରୂପରେ ତୁମେ ପାଉଅଛ ପୂଜା

ଚନ୍ଦନ ଯାତ୍ରା ନାମରେ ପରବ ରଖିଛ

ଥଣ୍ଡା ହୁଅ ପ୍ରଭୁ ତୁମେ ଭକତ କୁ ଦୟା ରଖ

ଚନ୍ଦନ ତୁଳସୀ ରେ ପ୍ରଭୁ ବିଭୂଷିତ ତୁମେ

ତୁମ ଆଶିଷ ପାଇଁ ଭକତ ସବୁବେଳେ ଧ୍ୟାୟେ

ଆଷାଢ଼ ମାସରେ ପୁଣି ଦେଖାଦିଅ ପ୍ରଭୁ

ବିଶ୍ୱର ସମସ୍ତ ଭକ୍ତ ତୁମଙ୍କୁ କରନ୍ତି ଦର୍ଶନ

ପ୍ରତିନିତ୍ୟ ଚନ୍ଦନରେ ବିଭୂଷିତ ପ୍ରଭୁ

ଅପୂର୍ବ ମୂରତି ଦେଖି ଭକ୍ତର ଯାଏ ସବୁ ଦୁଃଖ

ଲଭେ ଅପାର ଆନନ୍ଦ ଆଉ ନାଶେ ପାତକ

ଚନ୍ଦନ ଚର୍ଚ୍ଚିତ ନବକଳେବର ରୂପ ତୁମ

ମୋ ହୃଦ କନ୍ଦରେ ପ୍ରଭୂ ରୁହ ନିରନ୍ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics