STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ପଲାଶ

ପଲାଶ

1 min
270

ପଲାଶ ଫୁଲର ବାସତ ନାହିଁରେ

ଦିଶଇ ଭାରି ଚହଟ

ବାସ ନାହିଁ ବୋଲି ପୂଜାରେ ଲାଗେନି

ଗୁଣ ତ ଅଛି ଅନେକ

ରୂପ ରଙ୍ଗ ତାର ଭାରି ସୁନ୍ଦର ହେ

ଆକୃଷ୍ଟ କରେ ଅନେକ

ପୂଜା ପାର୍ବଣ ରେ ଲାଗେନି ପଲାଶ

ଭୋଳାନାଥଙ୍କର ପ୍ରିୟ

ପଲାଶ ଗଛଟା ବଢେ ସେହି ଠାରେ

ନାହିଁ ଯେଉଁଠି ଭୁତଳ ଜଳ

ପଲାଶ ବନରେ ନିଆଁ ଲାଗିଗଲେ

ଲିଭେଇବାକୁ କେହି ଣ ଥିବ

ପଲାଶ ଗଛ ଏବେ ଭାରି ବଢୁଛି

ସହରାଞ୍ଚଳରେ ଭାଇ

ଆଉ କେଉଁ ଗଛ ନିଷ୍ଠୁନାହିଁ ଏବେ

ଜଳ ତାଙ୍କୁ ମିଳୁ ନାହିଁରେ

କୃଷ୍ଣଚୁଡା ଭଳି ବାସ ନାହିଁ ତାର

ଫୁଟେ ଫୁଲ ଅତି ପ୍ରବଳ

ପଲାଶ ଫୁଟିଲେ ପାଖେଇବ ଗ୍ରୀଷ୍ମ

ଗ୍ରୀଷ୍ମ ଶେଷ ଯାଏଁ ଫୁଟିବ

ବଡ଼ ମନୋହର ଦିଶେ ସେହି ଗଛ

ସବୁଜ ତାହାର ପତର

ଦିଶେନି ପଲାଶ ବଣ ଜଙ୍ଗଲରେ

ଲାଗୁଛି ବନିକରଣରେ

ଗ୍ରୀଷମ ଋତୁରେ ଛନ ଛନ ପଲାଶ

ଅନ୍ୟ ଗଛେ ରଙ୍ଗ ନାହିଁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics