STORYMIRROR

Swarnalata Dash

Fantasy Others

4  

Swarnalata Dash

Fantasy Others

ହେ ଅତୀତ

ହେ ଅତୀତ

1 min
287

ହେ ଅତୀତ ତୁମେ ବାରବାର

ମାନସ ପଟଳେ ଉଙ୍କିମାର

ହୃଦୟର ନିଭୃତ ଅଙ୍ଗନେ

ଫୁଟିଉଠେ ତୁମ

ବିଗତ ସ୍ମୃତି ଫୁଲ କଢି ସମ

ପୁନଶ୍ଚ ଝରିପଡ଼

ଫୁଟିଲା ଫୁଲର ପାଖୁଡା ପରି ।।


ହେ ଅତୀତ ତୁମେ ସୁଖ ଦିଅ

ଅବା ଦିଅ ଦୁଃଖ

ତୁମେ ତ ଅସରନ୍ତି

ଅଙ୍ଗେ ନିଭା ଗାଥା

ଭାବିଦେଲେ ଘୁରିଯାଏ ମଥା

ଟଳମଳ ପାଦ

ସ୍ଥାଣୁ ପାଲଟେ ଶରୀର ।।


 ପାଦତଳ ମାଟି ଯାଏ ଖସି

ଛିଡ଼ିପଡ଼େ ମେଘଖଣ୍ଡ

ସତେ କି ମଥାପରେ

ରକ୍ତ ମାଂସ ଦେହ ସହିଲା

ଏତେ ଦୁଃଖ

ତଥାପି ଵି ମର୍ମେ ମର୍ମେ ଅନୁଭବେ

ତୁମ ଅଭାବବୋଧ ।।


ହେ ଅତୀତ ତୁମେ ଆସ ସଦା

ଲୁହର ବନ୍ୟା ନେଇ

ରୁଦ୍ର ପାରାବାର ସମ

ନ ଥାଏ କୂଳ କିନାରା

ଜାଗ୍ରତେ ଅବା ସ୍ୱପ୍ନରେ ଆସ

ତ ଥରିଉଠେ ହୃଦୟ ତନ୍ତ୍ରୀ

କଣ୍ଠେ ବାଚାଳତାର ସ୍ୱର

ସେଇ ସୁଯୋଗରେ

ଢାଳନ୍ତି ସଭିଏଁ

ଅଗ୍ନିପରେ ଘୃତ ସମ

 ହଳାହଳ ବିଷ

ବେଦନା ହୁଏ ଦ୍ବିଗଣିତ ।।


ହେ ଅତୀତ ତୁମେ ଯେବେ ଆସ

ଆଗତ ପାଇଁ ଝରାଅ ପୀୟୂଷi

ଭରି ଯାଉ ସକଳ ମୁଖେ

ହସର ଫୁଆରା

ଶାନ୍ତିର ସ୍ରୋତସ୍ୱିନୀ ଧାରା

ମାତ୍ର ହାୟ

ହେ ଅତୀତ 

 ହୁଏତ ତୁମେ ଆସିବନି

ଆଉ ଏ ଜୀବନ ପରିଧି କୁ

କାରଣ ତୁମେ ତ ଲୁଚିଯାଇଛ

କାହିଁ କେତେ ଦୂରେ

ଅଫେରା ତମସା ପଥେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy