ଅଭିମାନ ବୋଲି କିଛି
ଅଭିମାନ ବୋଲି କିଛି
ରେ ସେଫାଳୀ
ସ୍ରଷ୍ଟା ର ବିଡମ୍ବନା
ନିୟତିର ସୃଷ୍ଟି ତୁ
ବନେ ଫୁଟି ବନେ ଯିବୁ ଲୋଟି।
କାହିଁକି ରେ ସେଫାଳୀ
ଅଭିମାନ କରୁ
ଏ ସ୍ବାର୍ଥପର ମଣିଷ ପାଖରେ
ମାନି ଯା ତୁ
ଭାଗ୍ୟର ବିଡମ୍ବନା ।
ଭାଗ୍ୟକୁ ଆଦରି ଭୁଲି ଯା ତୁ
ତୋ ଦେହରେ
ଏତେ ବାସ୍ନା ଅଛୁ ଭରି
କସ୍ତୁରୀ ମୃଗ ପରି ।
ସେଫାଳୀ ରେ
ବିଦଗ୍ଧ ଶ୍ରୋତା ନାହାନ୍ତି
ତୋ ବାସ୍ନା ସାଉଁଟି ବାରେ
କେତେ ସ୍ରଷ୍ଟା ସୃଷ୍ଟି କରନ୍ତି
କବିତା ,ଭାଷାର ଶଦ୍ଦ କୋଷରୁ ।
ଆଉ ତୋ ରୂପ ମାଧୁରୀ
ଅଭିନବ ବାସ୍ନା କୁ
ହେଲେ ପାରନ୍ତି ନି ଦେଇ
ତୋର ମୂଲ୍ୟ।
ଯା ରେ ସେଫାଳୀ
ଅଭିମାନ କର ନା
ଏ ଅନ୍ଧ ଦୁନିଆ କୁ
ଆଶା ବି କର ନା
କିଛି ପାଇବାର ।
ଦେଇ ଯା ଜୀବନର
ଶେଷ ପର୍ଯ୍ୟନ୍ତ
ମିଶି ଯାଏ ମାଟି ମା ର
ପଣତ ତଳେ ।
ଏଇ ଶ୍ରେଷ୍ଠ ଜୀବ ମଣିଷ
ଆଶେ ସ୍ବାର୍ଥ ପାଇଁ
ସ୍ବାର୍ଥ ପୂରଣ ହେଲେ ଚାଲିଯାଏ
ଚିହ୍ନି ଥିଲେ ବି ଚିହ୍ନେ ନି
ଜାଣି ଥିଲେବି କୁହେ ନାହିଁ
ଅଂହ ସର୍ବସ୍ୱ ମଣିଷର
ହୃଦୟ ବୋଲି କିଛି ନାହିଁ ।