STORYMIRROR

Sahoo Abhiram

Romance Fantasy Others

4  

Sahoo Abhiram

Romance Fantasy Others

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
622

ଝିପିଝିପି ହୋଇ ବରଷା ଝରଇ

ଆଷାଢ଼ ଶ୍ରାବଣ ମାସେ

ଖିଲିଖିଲି ହୋଇ ଚାଷୀ ଭାଇ ମୋର

ମନ ଉଲ୍ଲାସେ ହସେ।।

ବଳଦ ସଙ୍ଗେ ଲଙ୍ଗଳ ଧରି

ବିଲକୁ କରେ ଚାଷ

ଛନ ଛନିଆ ଫସଲ ଦେଖି

ମୁଁହଁରେ ଫୁଟେ ହସ।।

ଇନ୍ଦ୍ରଧନୁର ଓଢଣୀ ଟାଣି

ଆସେ ବରଷାରାଣୀ

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ହୁଅଇ ଧରଣୀରାଣୀ।।

ନଈ ନାଳ ସବୁ ଖାଲି ପଡିଥାଏ

ଆସଇ ପାଣି ମାଡ଼ି

ମନ ଆନନ୍ଦେ ନାଚେ ମୟୂର

ମାରିଲେ ଘଡଘଡି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance