ତ୍ରିରଙ୍ଗା ଉଡ଼ଇ ଫରଫର
ତ୍ରିରଙ୍ଗା ଉଡ଼ଇ ଫରଫର
1 min
244
ଆସିଛି ଆଜି ସେ ଶୁଭ ଲଗନ
ଆମେ ହେଲୁ ଆମ ନିଜ ଅଧୀନ।
ପଲ୍ଲୀରୁନଗର ହୋଇଛି ସଜା
ଆକାଶେ ଉଡାଇ ତ୍ରିରଙ୍ଗା ଧ୍ୱଜା।
ତ୍ରିରଙ୍ଗାସାଜିଛି ମାର ପଣତ
ତା ରକ୍ଷା ପାଇଁ ନେବା ଶପଥ।
ଅହିଂସା ବଳରେ ଗୋରା ସରକାର
ଛାଡ଼ି ପଳାଇଲେ ଦେଶ ଆମର।
କେତେ ମହାରଥୀ ଦେଇ ନିଜ ଜୀବନ
ବିଦେଶୀଠୁ ଛଡ଼େଇ ନେଲେ ଶାସନ।
ସେ ବୀର ପୁରୁଷଙ୍କୁ କୋଟି ପ୍ରଣାମ
କାଳ କାଳ ରହୁ ତାଙ୍କରି ନାମ।
