STORYMIRROR

Debika Mallick

Fantasy

3  

Debika Mallick

Fantasy

ଦିବ୍ୟ ସନ୍ଧାନ

ଦିବ୍ୟ ସନ୍ଧାନ

1 min
198

ମାଘ ମାସର ଶୀତୁଆ ସକାଳେ

ସନାତନ ସ୍ବପ୍ନ ଦେଖେ

ଏକ ଅଦୃଶ୍ୟ ଜଗତର,

ଯେଉଁଠି ଥାଏ ତା ମନକୁ ବୁଝୁଥିବା

ସମସ୍ତ ସାମଗ୍ରୀ ତାକୁ ଦେଖି ସେ

ଖୁସି ହୁଏ ମନ ତାର ଆନନ୍ଦରେ ନାଚିଉଠେ

ଭଗବାନଙ୍କୁ ଧନ୍ୟବାଦ ଦିଏ

ପାଖରେ ଥିବା ଏକତାରକୁ ଧରି

ନାଚିଉଠେ ଏକ ବ୍ରହ୍ମର ଉପାସନାରେ

ଝାଞ୍ଜ ର ତାଳେ ତାଳେ ନିଜକୁ ବି

ସଜାଏ ଗୋଟିଏ ନର୍ତ୍ତକୀ ପରି,

କାନ୍ଧରେ ଖୋଳ ହାତରେ ଝାଞ୍ଜ 

ତୁଣ୍ଡରେ ହରିନାମ କୁ ଧରି

ଦିବ୍ୟ ଲୋକ ସହ ତାର ସାକ୍ଷାତ

ଦିବ୍ୟ ହିଁ ତାର ସନ୍ଧାନ

ତାକୁ ଆଣିଦିଏ ଏକ ଅପୂର୍ବତା

ନିଜର ଶାନ୍ତିକୁ ପାଇଯାଏ

କିଛି ସମୟର କଳ୍ପନା ଭିତରେ

କେହି ଜଣେ ତାକୁ ଡାକିଦିଏ

ସକାଳର ସ୍ବପ୍ନ ଅଧୁରା ରହେ

ପାଇବାର ଇଚ୍ଛାରେ ସେ ଖୋଜିଚାଲେ

ଏକ ନୂତନ ଦିଶାର ସନ୍ଧାନରେ

ଆହା କି ଶାନ୍ତି ସେଇ ଅପୂର୍ବ ଜଗତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy