STORYMIRROR

Debika Mallick

Tragedy

3  

Debika Mallick

Tragedy

ଇଚ୍ଛା

ଇଚ୍ଛା

1 min
254

ତୁମ ସହ ଦୁଇ ପାଦ ଚାଲିବାର ଇଚ୍ଛା

ଇଚ୍ଛା ହିଁ ରହିଗଲା

ପାଦରେ ପାଦ ମିଶେଇ 

ନୂଆ ଏକ ଦୁନିଆକୁ 

ବୁଲିଯିବା ର ଇଚ୍ଛା ,ସଂପୂର୍ଣ୍ଣ ଏକା ସେ ଦୁନିଆ

କେବଳ ତମେ ଆଉ ମୁଁ

ନିସ୍ତବ୍ଧ ରାତ୍ରିଟା ଝିଙ୍କାରି ଶବ୍ଦରେ

ଅନୁରଣିତ ହେଉଥିବ

ମୋର ପାଦର ନୂପୁର ଦ୍ବୟ 

ବିଶ୍ରାମ ଲୋଡୁଥିବେ

ଗରମ ନିଃଶ୍ୱାସ ଭିତରେ 

ମୁଁ ନିଜକୁ ସମ୍ଭାଳି ନେବି

ଇଚ୍ଛା ଆଉ ଅନିଚ୍ଛା ଭିତରେ 

ବାନ୍ଧି ହେଇଯିବି

ତୁମ ବାହୁ ବନ୍ଧନରେ

ଅଶ୍ରୁର ଧାରା ଜାରି ରହିଥିବ

ତୁମ ହୃଦୟ ତନ୍ତ୍ରୀ ରେ ପଡ଼ି

କ୍ଷତ ସୃଷ୍ଟି କରିବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy