ବିଚ୍ଛେଦ ( ସାତ )
ବିଚ୍ଛେଦ ( ସାତ )
ସଂସାର ମୁଦ୍ରାର ଦୁଇ ପାର୍ଶ୍ୱରେ,
ମିଳନ ଓ ବିଚ୍ଛେଦର ପରିପୃଷ୍ଟତା,
ଜୀବନ ବୃକ୍ଷର ଦୁଇ ଆଧାରରେ,
ଜନ୍ମ ଓ ମୃତ୍ୟୁର ପ୍ରହେଳିକା !
ଜନ୍ମ ଓ ମୃତ୍ୟୁ ଉଭୟ
ଚିରନ୍ତନ ସତ୍ୟ ହେଲେବି
ଗୋଟିଏ ସୁଖ, ଆନନ୍ଦ, ଉଲ୍ଲାସର ପ୍ରତୀକ,
ଅନ୍ୟ ଗୋଟିଏ ଚିର ବିଚ୍ଛେଦର ମୁହୂର୍ତ୍ତ !!
ଅସହ୍ୟ କରୁଣା ଓ
ବେଦନାଦାୟକ ଯନ୍ତ୍ରଣାର
ଅବିଶ୍ରାନ୍ତ ସମୟ ,
ବିତେ ନାହିଁ ମୁହୂର୍ତ୍ତ ,
ପୁଣି ମଣିଷ ପ୍ରତି ବିଧାତାର
ଆରମ୍ଭ ହୁଏ କ୍ରୁର ପରିହାସ
ବିଚ୍ଛେଦର ପର୍ବ ଆଢୁଆଳରେ !
<
p>
ହେ ବିଶ୍ବ ନିଅନ୍ତା,
ତୁମେ ଦେଖନାହିଁ
ଧନୀ ଓ ଦରିଦ୍ର ମଧ୍ୟରେ
ଅବି ସମ୍ବନ୍ଧିତ ଭାବନା ସବୁକୁ ,
ବାହିନୀଅ କର୍ମ ଘେନି ଫଳ
ସ୍ଵର୍ଗ ଅବା ନର୍କର ପ୍ରଚ୍ଛଦରେ
ତୁମେ ଫେରିଯାଅ
ପ୍ରିୟ ପରିଜନକୁ ପୁଞ୍ଜିଭୂତ
ଦୁଃଖର ସାଗରେ ଭସେଇ !
ମୃତ୍ୟୁ ତ ଆଧିଜୈବିକ
ଗୋଟେ ଅତି ନିଷ୍ଠୁର ସତ୍ୟ,
ଆତ୍ମୀୟଙ୍କ ଠାରୁ ବିଚ୍ଛେଦ
ହେବାର ଅଦ୍ଭୂତ ତତ୍ତ୍ୱ,
ଯେବେ ହୋଇଯାଏ ଆଦ୍ୟପ୍ରାନ୍ତ
ବିଚ୍ଛେଦର କଳରୋଳେ
ଆନୁପୂରବିକ ମହାଯାତ୍ରାର ସମାପ୍ତ ।।