STORYMIRROR

ଅନିଲ କୁମାର ଲେଙ୍କା

Fantasy Inspirational

4  

ଅନିଲ କୁମାର ଲେଙ୍କା

Fantasy Inspirational

ବିଚ୍ଛେଦ ( ସାତ )

ବିଚ୍ଛେଦ ( ସାତ )

1 min
230


ସଂସାର ମୁଦ୍ରାର ଦୁଇ ପାର୍ଶ୍ୱରେ,

ମିଳନ ଓ ବିଚ୍ଛେଦର ପରିପୃଷ୍ଟତା,

ଜୀବନ ବୃକ୍ଷର ଦୁଇ ଆଧାରରେ,

ଜନ୍ମ ଓ ମୃତ୍ୟୁର ପ୍ରହେଳିକା !

ଜନ୍ମ ଓ ମୃତ୍ୟୁ ଉଭୟ 

ଚିରନ୍ତନ ସତ୍ୟ ହେଲେବି

ଗୋଟିଏ ସୁଖ, ଆନନ୍ଦ, ଉଲ୍ଲାସର ପ୍ରତୀକ,

ଅନ୍ୟ ଗୋଟିଏ ଚିର ବିଚ୍ଛେଦର ମୁହୂର୍ତ୍ତ !!


ଅସହ୍ୟ କରୁଣା ଓ 

ବେଦନାଦାୟକ ଯନ୍ତ୍ରଣାର 

ଅବିଶ୍ରାନ୍ତ ସମୟ ,

ବିତେ ନାହିଁ ମୁହୂର୍ତ୍ତ ,

ପୁଣି ମଣିଷ ପ୍ରତି ବିଧାତାର 

ଆରମ୍ଭ ହୁଏ କ୍ରୁର ପରିହାସ 

ବିଚ୍ଛେଦର ପର୍ବ ଆଢୁଆଳରେ !


ହେ ବିଶ୍ବ ନିଅନ୍ତା,

ତୁମେ ଦେଖନାହିଁ 

ଧନୀ ଓ ଦରିଦ୍ର ମଧ୍ୟରେ 

ଅବି ସମ୍ବନ୍ଧିତ ଭାବନା ସବୁକୁ ,

ବାହିନୀଅ କର୍ମ ଘେନି ଫଳ

ସ୍ଵର୍ଗ ଅବା ନର୍କର ପ୍ରଚ୍ଛଦରେ 

ତୁମେ ଫେରିଯାଅ 

ପ୍ରିୟ ପରିଜନକୁ ପୁଞ୍ଜିଭୂତ 

ଦୁଃଖର ସାଗରେ ଭସେଇ !


ମୃତ୍ୟୁ ତ ଆଧିଜୈବିକ 

ଗୋଟେ ଅତି ନିଷ୍ଠୁର ସତ୍ୟ,

ଆତ୍ମୀୟଙ୍କ ଠାରୁ ବିଚ୍ଛେଦ 

ହେବାର ଅଦ୍ଭୂତ ତତ୍ତ୍ୱ,

ଯେବେ ହୋଇଯାଏ ଆଦ୍ୟପ୍ରାନ୍ତ 

ବିଚ୍ଛେଦର କଳରୋଳେ

ଆନୁପୂରବିକ ମହାଯାତ୍ରାର ସମାପ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy