ଭଦ୍ରମୂଖା
ଭଦ୍ରମୂଖା
ଭଦ୍ରମୂଖା ପିନ୍ଧା ଲୋକେ ଅଛନ୍ତି ।
ଚିହ୍ନିବାରେ ତାଙ୍କୁ କଷ୍ଟ ।
ଭଦ୍ରାମୀ ଆୟୁଧେ ଅନ୍ଯର ସୁଖକୁ ।
ଛଡାନ୍ତି ସେ ପାପୀ ଦୁଷ୍ଟ।0।
କାହାକୁ କରାନ୍ତି ଦାଣ୍ଡର ଫକୀର ।
ମାଗିବୁଲେ ସିଏ ଭିକ ।
କେଉଁ ଅବଳା ସ୍ବାମୀ ଛଡା ହୋଇ ।
ହରାଏ ସଂସାର ସୁଖ ।୧।
କାହାର କନ୍ଯାକୁ ଅପହର୍ତ୍ତା କରି ।
ଦିଅନ୍ତି କଳଙ୍କ ବୋଳି ।
କିଏସେ ହଜାଏ ଶଙ୍ଖା ସିନ୍ଦୁର ।
ବୈଧବ ନିଆଁରେ ଜଳି ।୨।
ଚିହ୍ନିବାରେ ତାଙ୍କୁ ଭାରି କଷ୍ଟ ଲାଗେ ।
ଧୋବ ଧାଉଳିଆ ସେହି ।
ପାଖେ ପାଖେ ଥାଇ ସ୍ବାର୍ଥ ସିଦ୍ଧି କରି ।
ନିଜକୁ ଯାଆନ୍ତି ଖାଇ ।୩।

