" ଅସହାୟ ନାରୀ "
" ଅସହାୟ ନାରୀ "
ଦୂର ଦିଗନ୍ତ ରେ ବିସ୍ତାର ବଳୟ
ଅପର୍ଯ୍ୟାପ୍ତ ରଶ୍ମି ମୁଗ୍ଧ କରେ ଲୟ ।
ସୃଷ୍ଟିର ସୃଜନା କି ସୁନ୍ଦର ଆହା
ଦେଖି ମନ ଲୋଭା ହୁଅଇଟି ତାହା ।
ସୁନେଲି କଳ୍ପନା ରଙ୍ଗୀନ ଦୁନିଆ
ପୁରୁଷ ପ୍ରଧାନ କରିଛି କିମିଆଁ ।
ନାରୀ ର ତ ଏଠି କର୍ତ୍ତୃତ୍ବ ନାହିଁ
ବେସାହାରା ନାରୀ ଇଜ୍ଜତ କାହିଁ ।
ଅନ୍ଧକାର ମଧ୍ୟେ ନର ରାକ୍ଷସ
ନାରୀ ସତୀତ୍ବକୁ କରନ୍ତି ଗ୍ରାସ ।
ବୋହୂ ନାବାଳିକା ଝିଅ ମାନଙ୍କୁ
ହରଣ କରନ୍ତି ନିର୍ଜନ ସ୍ଥାନକୁ ।
ଇଜ୍ଜତ ଲୁଣ୍ଠନ କରି ମାରନ୍ତି
ଝିଅ ଜନ୍ମ କଣ ଦୋଷ କରନ୍ତି ।
ଆଉ କେତେ ନର ମାୟା କରନ୍ତି
ପ୍ରେମ ମଞ୍ଜି ବିଞ୍ଚ ଭଲ ପାଆନ୍ତି ।
ଅବଳା ଦୃବଳା ଫସଇ ପ୍ରେମେ
ଅମୃତ ର ବିନ୍ଦୁ ସ୍ବାଦକୁ ଚୁମେ ।
ଶୋଷଣ କରିଣ ଦିବା ନିଶି ମିସି
ମନଛାଡି ଗଲେ ମାରେ ତଣ୍ଟିଚିପି ।
ଝିଅ ବିଭା ହେଇ ଶାଶୁ ଘର ଗଲେ
ସେଠି ବି ତ ନିସ୍ତବ୍ଧ ଯନ୍ତ୍ରଣା ମିଳେ।
ଯେଉଁ ସ୍ବାମୀ ବେଦି ଉପରେ ବସି
ବିବାହ କରଇ ଜବାବ ପରସି ।
ପତ୍ନୀ ମୋର ପ୍ରିୟା ମୋ ଗଜରା ହାର
ଦୁଃଖ ଦେବି ନାହିଁ ମୁଁ ହୃଦୟେ ତାର ।
ନୂଆ ନୂଆ ଦିନ ଭଲରେ କଟେ
ଅସଲ ଋପ ତ ପଛେ ପ୍ରକଟେ ।
ରୋଷେଇ ତ ତୁମେ ଭଲ କରୁନ
ସ୍ବାମୀ କୁ ତ ଖୁସି କରି ପାରୁନ।
ଅଶାନ୍ତି ରେ ମୋର ପ୍ରାଣ ତ ଯିବ
ବିପନ୍ନ କରିଲ ମୋର ଜୀବନ ।
ପିନ୍ଧା ଛିଟ କାନି ଲୁହଭିଜା ସ୍ମୃତି
ଦିବ୍ୟ କାନ୍ତି ଶୋଭା ମଳିନ ର ମୃତ୍ତି ।
ପ୍ରେମ ଜଦି ହେଲା ଶାଶ୍ବତ ସୁନ୍ଦର
ଝିଅ ହେଲା ଜଦି ଅମୂଲ୍ୟ ରତ୍ନ ହାର ।
ତେବେ ଯୁଗେ ଯୁଗେ ନାରୀ କାହିଁକି
ବଳି ପଡୁ ଅଛି କୁହନ୍ତୁ କାହିଁକି ।
କେଉଁ ଜନ୍ମରେ ସେ କି ପାପ କଲା
ନାରୀ ଜନ୍ମ ତାର ବିଫଳ ହେଲା ।