ସମ୍ପର୍କ
ସମ୍ପର୍କ


ତୁମେ ମୋ ପାଇଁ ଯେତେଦିନ ଥିଲ ଅଜଣା
କେହି କେବେ ପଚାରି ନଥିଲେ ମତେ
ମୁଁ କିଏ ?
କଣ କରେ ?
କେଉଁଠି ରୁହେ ?
ଆଉ କଣ ମୋ ଠିକଣା ?
ହେଲେ ତମେ ଯେବେଠୁ ପଶି ଆସିଲ ମୋ ଜୀବନକୁ
ଏବେ ସମସ୍ତେ ଜାଣିବା ପାଇଁ ଆଗ୍ରହୀ
ତୁମ ପରିଚୟ
ତୁମ ସହ ମୋ ସମ୍ପର୍କ
ତୁମେ ମତେ କେମିତି ଭଳପାଇଲ ?
ଆଉ ସତରେ କଣ ତୁମେ ଜାଣ ମୋ ଅନ୍ଧାରୀ ଅତୀତକୁ !!