ଅଲୋଡ଼ା
ଅଲୋଡ଼ା
ଏଜ ଅଲୋଡ଼ା ଫୁଲ ମୁଁ.....
ଏକ ଶିଖା ବିହୀନ ଦୀପ ମୁଁ...
ଏକ ସଂଜ୍ଞା ବିହୀନ କବିତା ମୁଁ...
ଏକ ମୂଲ୍ୟହୀନ ଉପହାର ମୁଁ....
ଏକ ଲକ୍ଷ୍ୟ ବିହୀନ ପଥିକ ମୁଁ...
କର୍ଣ୍ଣ ପରି ପରିଚୟ ହୀନ ଯୋଦ୍ଧା ମୁଁ....
ଯେ ଜୀବନ ରେ ଜିତି ବି ହାରିଯାଏ....
ମୁଁ ସେ ବସୁଷେଣ ଚିର ଅପମାନିତ...
ମୋର ଏ ଅଭିଶପ୍ତ ଜୀବନ....
ପାଇଛି ଖାଲି ଘୃଣା ଆଉ ଅପମାନ...
ଜୀବନ ଯୁଦ୍ଧ ରେ ପାରଙ୍ଗମ ସୈନିକ..
ନିଜ କୁ ପ୍ରତି କ୍ଷଣେ କରିଛି ସଂଯତ....
ତିଳ ତିଳ ହୋଇ ଜଳୁଥିବା ଏକ ଦୀପ...
ଅନ୍ୟ କୁ ଆଲୋକ ଦେଇ ଯେ ନିଶେଷ...
ମାମସ୍ତେ ଭାବନ୍ତି ଜାଳିବା ତ ଦୀପ ର ଧର୍ମ...
କାହିଁକି କରେ ସେ ଏତେ ଅଭିମାନ...
ବାସ୍ତବ ରେ ଏ ଅଲୋଡ଼ା ଜୀବନ ପାଇଁ..
କିହିଁକି କରିବି ମୁଁ ଅଭିମାନ ll