STORYMIRROR

ବି. ନିରୁପମା

Drama Classics Inspirational

4  

ବି. ନିରୁପମା

Drama Classics Inspirational

ଭୋଗୁଥିବେ ଶ୍ୟାମ କଷ୍ଟ

ଭୋଗୁଥିବେ ଶ୍ୟାମ କଷ୍ଟ

1 min
570


ଏ ନିଦାଘ କାଳେ ତୁମେ ସିନା ସଖି

ସେବା କରୁଅଛ ମୋର,

ତାପିତ ଦେହକୁ ଶୀତଳ କରୁଛ

କରି ନାନା ଉପଚାର ।


ଶୀତଳ ଜଳରେ ଚନ୍ଦନକୁ ଘୋରି

ମୋ ଅଙ୍ଗେ ଦେଉଛ ବୋଳି,

ପାଶେ ରହି ପୁଣି ବିଞ୍ଚି ଦେଉଅଛ

ସଦା ହାତପଙ୍ଖା ଚାଳି ।


ପଦୁଅଁ ପତରେ ଶେଯ କରୁଅଛ

କମିବାକୁ ଦେହ ତାପ,

ମୋ କୃଷ୍ଣଙ୍କ କଥା ଭାଳି ଭାଳି କିନ୍ତୁ

ବଢ଼େ ମାନସିକ ଚାପ ।


ଏ ଘୋର ଗ୍ରୀଷମେ ଶ୍ୟାମ ଯାଉଥିବେ

ବନେ ଗୋରୁପଲ ଘେନି,

ଦେହୁ ଶ୍ରମଝାଳ ବୋହି ଯାଉଥିବ

ଚଳୁଥିବେ ଭାଇ ବେନି ।


ବନେ ଏଠି ସେଠି ଘୂରି ବୁଲି କେତେ

ଭୋଗୁଥିବେ ଶ୍ୟାମ କଷ୍ଟ,

ମୁଁ ଏଠି ତୁମରି ସେବା ଲଭି ସଖି

ସମୟ କରୁଛି ନଷ୍ଟ ।


ଆଣିଦିଅ କିଏ ମୋ ଚିତ୍ତଚୋରଙ୍କୁ

କରିବି ମୁଁ ତାଙ୍କ ସେବା,

ତାପିତ ଶରୀର ଶୀତଳ ହୋଇବ

ମୋ ଅଙ୍ଗ ପରଶେ ଅବା !!


ପଣତରେ ତାଙ୍କ ଅଙ୍ଗୁ ଝାଳ ପୋଛି

ଚରଣେ ପଡ଼ିବି ଲୋଟି,

ଯେଉଁଥିରେ ତାଙ୍କ ମନ ତୋଷ ହେବ

କରିବି ତା' ଗୋଟି ଗୋଟି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama