STORYMIRROR

Ramachandra Bhutia

Abstract Drama

4  

Ramachandra Bhutia

Abstract Drama

ଶ୍ରୀ ଚନ୍ଦ୍ରଘଣ୍ଟା

ଶ୍ରୀ ଚନ୍ଦ୍ରଘଣ୍ଟା

1 min
575

ପରମେଶ୍ବରୀ ମା    ଶାନ୍ତି ପ୍ରଦାୟିନୀ

    ଭକ୍ତ କଷ୍ଟ ନିବାରିଣୀ

ତୁମ୍ଭ ସୁଦୟା ରୁ    ମୂର୍ଖ ହୁଏ ଜ୍ଞାନୀ

    ଅନ୍ଧ ପାଏ ଚକ୍ଷୁ ବେନି ।।


ଚନ୍ଦ୍ରଘଣ୍ଟା ନାମ    ତୃତୀୟ ଦିବସେ

    ନବଶକ୍ତି ମଧ୍ୟେ ସାର

ଦଶଭୁଜା ମାତା    ପଞ୍ଚାସ୍ୟ ଅରୁଢ଼ା

    ଯୁଦ୍ଧ ପାଇଁ ଆଗୁସାର ।।


ମଣିପୁର ଚକ୍ରେ    ମନକୁ ଲଗାଇ

    ପୂଜଇ ଭକ୍ତ ତୁମ୍ଭର

ତ୍ରିପାପହାରେଣୀ    ନିର୍ଭୟକାରେଣୀ

    ଭକ୍ତ ଦୁଃଖ କର ଦୂର ।।


ଖଡ୍ଗ ପଦ୍ମ ଧନୁ    ହସ୍ତରେ ଶୋଭିତ

    ସ୍ଵର୍ଣ୍ଣମୟ ତୁମ୍ଭ କାନ୍ତି

କମଣ୍ଡଳୁ ଶୂଳ    ଗଦାଧାରିଣୀ ମା

    ଦୂର କର ମନୁ ଭ୍ରାନ୍ତି ।।


ଶୁଭ୍ରପୁଷ୍ପ ମାଳା    କଣ୍ଠେ ଶୋଭାବନ

    ରତ୍ନ କିରୀଟ ମସ୍ତକେ

ଅର୍ଦ୍ଧଚନ୍ଦ୍ର ଶୋହେ    ଲଲାଟେ ତୁମ୍ଭର

    ଘଣ୍ଟି ପ୍ରାୟେ ସେ ତ ଦିଶେ ।।


ଦୁଷ୍ଟ ସଂହାରିଣୀ    ଭୟ ପ୍ରଦାୟିନୀ

    ଭକ୍ତେ ଦିଅ ମା ଅଭୟ

ଅଚଞ୍ଚଳ ମନେ    ତୁମ୍ଭକୁ ଧ୍ୟାୟିଲେ

    କଟେ ଭବସିନ୍ଧୁ ଭୟ ।।


ଇହ ଲୋକେ ଦିବ୍ୟ    ଐଶ୍ୱର୍ଯ୍ୟ ପ୍ରାପତ

    ପରଲୋକେ ମିଳେ ମୁକ୍ତି

ହେ କଲ୍ୟାଣମୟୀ    ଦନୁଜନାଶିନୀ

    ଦିଅ ମା ପରମ ଗତି ।।


ଶାନ୍ତ ସୌମ୍ୟା ରୂପ    ନିର୍ଭୟ କର ମା

    ବିନମ୍ର ହେଉ ମୋ ମନ

ଅଲୌକିକ ତୁମ୍ଭ    ରୂପ ସଦର୍ଶନେ

    ହୃଦେ ହେଉ ଦିବ୍ୟଗୁଣ ପୂର୍ଣ୍ଣ ।।


ମନ୍ତ୍ର ମୁଁ ଜାଣିନି    ତନ୍ତ୍ର ବି ଜାଣିନି

    ବିଦ୍ୟା ବୁଦ୍ଧି ମୋର ନାହିଁ

ଶରଣ ପଶିଲି    ଚରଣେ ତୁମ୍ଭର

    ଅନ୍ୟ ଗତି ମୋର କାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract