Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Fantasy Inspirational

3  

Bharatabandhu Biswal

Action Fantasy Inspirational

ଆସିଲାଣି ଶୀତ

ଆସିଲାଣି ଶୀତ

1 min
190



ଉଷୁମ ପଶମ ପୋଷାକ ବୁଣାରେ

ପ୍ରିୟା ରହେ ଯେବେ ବ୍ଯସ୍ତ 

ପଣତ ଉହାଡେ ମୁହଁଟି ଲୁଚାଇ 

ଝୁମି ଝୁମି ଆସେ ଶୀତ ।

ଅଗ୍ନି ସ୍ପର୍ଶ ପାଇଁ ସର୍ବାଙ୍ଗ ଶରୀର

ହୁଅଇ ଯେବେ ଆତୁର

ଆସିଗଲେ ଶୀତ ମହୌଷଧି ସୂର୍ଯ୍ଯ 

କିରଣ ଲାଗେ କଅଁଳ । 

ଫୁଟେ ସ୍ମୃତି ସଜ ଗୋଲାପ ରଙ୍ଗରେ

ଶୀତରାଣୀ ଆସିଗଲେ

ଶୀତୁଆ ସଞ୍ଜରେ କଣ୍ଠେ ମଧୁ ଝରେ

ଉହ୍ମେଇ ନିଆଁ ତାପିଲେ ।

ସୁନେଲି ପାଟରେ ବାସେ ଧାନ କ୍ଷେତ

ପ୍ରଗାଢେ ରାତ୍ରୀ ସପନ 

ଶୀତ ଆସିଗଲେ ଖୋଜଇ ଅଧର

ପିଆଲା କଫି ଗରମ ।

ଅଭୁଲା ସେନେହ ଆତ୍ମିକ ବନ୍ଧନ

ଶୁଭାଶିଷ ଉପକାର

ଆସୁଥା ଏମିତି ଅଜାଡି ଦେବାକୁ

ଶୀତରାଣୀ ବାର ବାର ।

  



Rate this content
Log in

Similar oriya poem from Action