STORYMIRROR

LALIT MOHAN DASH

Comedy Tragedy Crime

4  

LALIT MOHAN DASH

Comedy Tragedy Crime

ଆମ ପିଲାମାନେ

ଆମ ପିଲାମାନେ

1 min
208


 ଅକଳ୍ପନୀୟ,ଅକଥନୀୟ

ଅନୁପମ ତାଙ୍କ ପୃଥିବୀ,

ତାଙ୍କ ସ୍ବପ୍ନର ଦିଗନ୍ତ 

ଲାଗିଯାଏ ନାହିଁ କେଉଁଠି

ମାଟି ଧାରରେ।


ଆମେ ଯେଉଁ ମାନେ 

ଦେଖିନୁ ସେମାନଙ୍କର 

ଦୁନିଆର ଦ୍ରାଘିମା,

କଥା କଥାକେ 

ବାନ୍ଧି ପକାଉ 

ଉଡ୍ଡାଣଖୋର ଡେଣା,

ଆମେ ଶିଖି ନଥିବା ପ୍ରେମ

ତାଙ୍କୁ ଶିଖାଇବା ନାଁରେ।


ଅଧମ ବାଳକ 

ପାଇ ପାରେ ନାହିଁ

ଶୁଭ ବୁଦ୍ଧି ,ଦିବ୍ୟଜ୍ଞାନ 

ଦେଇ ପାରନ୍ତି ନାହିଁ 

ଦାତା ମାନେ।


ସଙ୍କଟ ପୁରିତ 

ଘୋର ସମୁଦ୍ର ନାଁ ରେ

ଯାହା ଯେତେ ଡରେଇବା,

ଭଣ୍ଡେଇବା ତ ଚାଲି ଥାଏ।


ଦେଖି ନଥିବା ଆକାଶର

ଆଗ୍ନେୟ ନକ୍ଷତ୍ର ମାନଙ୍କ

କାଳ୍ପନିକ କାହାଣୀରେ

ସେମାନଙ୍କୁ ତ୍ରସ୍ତ କରି ରଖୁ,

ଆମେ ଭୋଗି ନ ଥିବା

ସ୍ବର୍ଗର ଐଶ୍ୱର୍ଯ୍ୟ ନାଁ ରେ

ନାହିଁ ନଥିବା, କାହିଁ ନଥିବା

ନର୍କ ନାଁ ରେ ଜୀବନର

ଅମୃତ ଭୋଗର ଥାଳିକୁ

ଆମର ଅଭିଭାବକତ୍ଵର 

ଅହମିକା ଫିଙ୍ଗି ଦିଏ 

ହଜାରେ କୋଶ ଦୂର।


ଫୁଲ କଢରେ ଭରା କଅଁଳ

ଡାଳ ମାନଙ୍କରେ

ଆମେ ଝୁଲେଇ ଦେଇ 

ଓଜନିଆ ଟଙ୍କା ଥଳି,

ଆମ ଅଧୁରା ବିଭ୍ରମକୁ

ଲଦିଦେଉ ତାଙ୍କ ଭବିତବ୍ୟର

ନରମ କାନ୍ଧରେ।


ସେମାନେ ରାହା ଧରି କାନ୍ଦିବା

ଯେମିତି ଆମେ ସେହି ପାରୁନା

ଉଚ୍ଚ ସ୍ବରରେ ହସା ହସି

ସେମାନଙ୍କ ବେଫିକର ଗୀତ

ଆମକୁ କାହିଁକି ଅସହିଷ୍ଣ କରିଦିଏ।


କାହିଁକି ଆମେ ବୁଝି ପାରୁନା

ଯେ ପିଲା ମାନଙ୍କର ବି

ସ୍ବପ୍ନ ଅଛି ନିଜର,

ନିଜର ବୋଲି ଗୋଟେ ଗୋଟେ

ପୃଥିବୀ ଅଛି,

ନିଜେ ବି ଗାଇ ପାରନ୍ତି ଗୀତ

ଆଙ୍କି ପାରନ୍ତି ସୁନ୍ଦର ଛବି

ଆମ ହାତ ପାଉ ନଥିବା

କାନଭାସରେ।


ଆମ ଅଗୋଚରରେ

ସେମାନଙ୍କ ଗୁଡି ନଟେଇ ଛିଣ୍ଡେଇ

ଉଡି ଯାଇ ପାରେ ଅନନ୍ତ

ଉଚ୍ଚତାର ଆକାଶକୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy