STORYMIRROR

premalata sahoo

Comedy

4  

premalata sahoo

Comedy

ଘରଣୀଙ୍କ କୋରନା ଦୁଃଖ

ଘରଣୀଙ୍କ କୋରନା ଦୁଃଖ

2 mins
224


ଆଗକୁ ଆସୁଛି ଦଶହରା ପୂଜା

କହିଲି ୟା ଙ୍କୁ ମୁଁ ଯାଇ ,

ଚାଲୁନ ଟିକିଏ ବଜାର କୁ ଯିବା 

ଗହଣା ଆସିବା ନେଇ ।।

ବହୁ ଦିନ ହେଲା କହୁଥିଲ ତୁମେ

ରାଣୀ ହାର କିଣି ଦେବ,

ପାଟ ଶାଢ଼ୀ ସଙ୍ଗେ ରାଣୀ ହାର

ଭାରି ସୁନ୍ଦର ମତେ ମାନିବ।।

ଗହଣା ଦୋକାନୁ ଫେରିବା ବାଟ ରେ

ଲେଡ଼ିଜ କର୍ଣ୍ଣର ଯିବା,

ଗୋଡ଼ ଠାରୁ ମୁଣ୍ଡ ସଜେଇବା ପାଇଁ

ସବୁ କିଛି କିଣି ଆଣିବା।।

ତା ପର କୁ ଯିବା ଶାଢ଼ୀ ଶୋ ରୁମ୍

ଆଣିବା ମୟୂର ପାଟ,

ବୁଲା ବୁଲି କରି ଗୁପଚୁପ ଖାଇବା

ଫେରି ଆସି ଥାନ୍ତେ ଝଅଟ।।

ସବୁ ଶୁଣୁ ଥିଲେ ପତି ଦେବ ମୋର

କାନ ଖୋଲି ସବୁ କଥା,

କଥା ମୋର ଶୁଣି ପତି ଦେବ ଙ୍କ ର

ବଢ଼ି ଗଲା ମୁଣ୍ଡ ବ୍ୟଥା।।

ବସିବା ଜାଗାରୁ ଉଠି ପଡ଼ି ସିଏ

କହିଲେ ମତେ ବୁଝେଇ,

ଦେଖ ମୋ ଘରଣୀ ତୁମ କଥା ସବୁ

ପାରିବିନି ଆଜି ରଖି।।

କୋରନା କୋରୁଛି ସମାଜ କୁ ଆମ

କାମ ଧନ୍ଦା ସବୁ ଠପ୍,

ମନ ଦୁଃଖ ଜମା କର ନାହିଁ ତୁମେ

ନିଅ ଏଇ ଲଲି ପପ୍।।

ପ୍ରାଇଭେଟ୍ ସଂସ୍ଥା ରେ ଚାକିରି କରିଛି

 ମାସକେ ମିଳୁନି ପଇସା,

 ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ

ହୁଏ କେତେ ମୁଁ ହିନସ୍ତା।।।

ନେବି ଯଦି ତୁମକୁ ଗହଣା ଦୋକାନ

ରାଣୀ ହାର କ୍ରୟ ପାଇଁ,

ଦେଖିଲେ ଗହଣା କହିବ ଜାଣିଛି

ଦୋକାନ ଯାକ ନେବା ପାଇଁ।।

ପାଟ ଶାଢ଼ୀ କିଣି ନେଇ ଯିବି ଯଦି

ଦୋକାନ କୁ ଦେଖି ଲୋଭ କରିବ

ଶାଢୀ ସଙ୍ଗେ ଅନ୍ୟାନ୍ୟ ଜିନିଷ

କିଣି ବାକୁ ତୁମେ କହିବ।।

କସ୍ମେଟିକ ଜିନିଷ ଯେତେ ବି କିଣିଲେ

ସରି ବନି ତୁମ କିଣା,

ସବୁ ବିଲ୍ ତୁମ ପେମେଣ୍ଟ କରି ପାରିବିନି

ମନ ହେବ ତୁମ ଊଣା।।

ତେଣୁ ହେ ଘରଣୀ ମୋର ରାଜାରାଣୀ

କର ନାହିଁ ମନ ଦୁଃଖ,

କୋରନା ଟା ସରୁ ସବୁ କିଣି ଦେବି

ଯାହା ତୁମ ଅଛି ସୁଖ।।।

କୋରନା ସମୟେ ବାହାରକୁ ଯିବା

କର ନାହିଁ ଜମା ମନ,

ଶୁଖିଲା ରେ ବୁଲି ଘର କୁ କୋରନା

ଡାକି ଆଣ ନାହିଁ ଧନ।।

କରୁଛି ଶପଥ ତୁମ ଆଗେ ଆଜି

ସବୁ ଆଣି ଦେବି କିଣି,

ପରିସ୍ଥିତି ଟିକେ ବଦଳି ଯାଉ ଲୋ

ସବୁ କଥା ତୁମ ଶୁଣି।।

ପତି ଦେବ ଙ୍କ ର ଏହି କଥା ଶୁଣି

ମନେ ହେଲି କେତେ ରାଗ,

କୋରନା ବାହାନା କରି କରି କେତେ

ଦେଖେ ଉଛ ତୁମେ ବାଗ।।

ତୁମ ମନେ ଯଦି ଏତେ କଥା ଥିଲା

ଆଗରୁ ମୁଁ ଜାଣି ଥାନ୍ତି,

ବାପ ଘର ଛାଡ଼ି ତୁମ ହାତ ଧରି

ମୋଟେ ମୁଁ ଆସି ନଥାନ୍ତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy