Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Thriller Fantasy

3  

Biswanath Nayak

Thriller Fantasy

ଡର -------

ଡର -------

1 min
341


ମରଣ ନାଆଁ ଶୁଣିଲେ

ଛାତିରେ ଛନକା ପଶେ,

ଭାରି ଡର ଲାଗେ । 

ଡରକୁ ଦୂରେଇବାକୁ

ଗୀତ ଶୁଣି, ନାଚି ଗାଇ

ଭୁଲେଇବାକୁ ପଡେ

ଏ ଡରୁଆ ମନକୁ ।

ଯେତେ ଚେଷ୍ଟା କଲେ

ତାକୁ ଦୂରେଇ ଦେବାକୁ,

ସେ ସେତେ ପାଖେଇ ଆସେ । 

ଟିକେ ସୁଯୋଗ ପାଇଲେ,

ଅବଚେତନ ମନରୁ

ପଶିଆସେ ଚେତନ ମନକୁ ।

ଭାରି ଡର ଲାଗେ,

କାଳେ ସିଏ ଟାଣିନେବ

ମୋତେ ତା କୋଳକୁ । 

ମୁଁ ଜାଣି ଅଜଣା ହୁଏ,

ଚିହ୍ନି ନ ଚିହ୍ନିବାର

ଅଭିନୟ କରେ ।

ମନେମନେ କହେ,

ମୃତ୍ୟୁ! ତୁମେ ଭୟଙ୍କର

ଆସନା ମୋ ପାଶେ

ମୋତେ ଲାଗେ ଭାରି ଡର । 

ମୃତ୍ୟୁ କହେ,

ମୁଁ ସତ୍ୟ, ମୁଁ ତ ସୁନ୍ଦର,

ମୁଁ ତୁମକୁ ଡରାଏନା

ତୁମେ ମୋତେ ଡର । 

ସତ୍ୟକୁ ମାନି ନନେଇ

ଚାହଁ ତୁମେ ରହିବାକୁ

ଅନ୍ଧାର ଭିତରେ,

ତେଣୁ ଆସେ ତୁମ ମନେ ଡର । 

ମୁଁ ସତ୍ୟ,ସତ୍ୟ ହିଁ ଆଲୋକ,

ଆଖି ବୁଜିଦେଇ ତୁମେ,

ଅନ୍ଧକାର ଭାବି ମୋତେ

ଡରୁଛ କାହିଁକି?

ଆଖି ବୁଜିଦେଲେ କ'ଣ

ଆଲୁଅଟା ଅନ୍ଧାର ସାଜିବ?

ଦିନ କଣ ରାତି ପାଲଟିବ?

ତେଣୁ ମୋତେ ନଡରିଣ 

ଡର ତୁମ ଅନ୍ତରଭିତରେ ଥିବା

 ଅନ୍ଧକାରରୂପୀ ଅସତ୍ୟକୁ,

ସେ ହିଁ ସଦା ଡରାଏ ତୁମକୁ । 

ତାକୁ ତୁମେ ଘଉଡ଼ାଇ,

ମୋତେ ତୁମେ ଜନ୍ମପରି

ସତ୍ୟ ମାନିନିଅ,

ମୁହଁ ନଫେରାଇ ମୋଠୁ

ମୋତେ ତୁମ ବନ୍ଧୁ ମାନିଯାଅ । 

ତାହେଲେ ତୁମକୁ ଆଉ

ଡର ଲାଗିବନି । 

ସରିଗଲା ପରେ ଏଠୁ

ତୁମ ଅଭିନୟ,

ତୁମକୁ କୋଳେଇନେବି

ବନ୍ଧୁଭଳି ଅତି ଆନନ୍ଦରେ,

ସେତେବେଳେ ଦୁନିଆଟା

କାନ୍ଦୁଥିବ ତୁମ ବିୟୋଗରେ,

ତୁମ ମନରେ ନଥିବ

ଶୋକ ଆଉ ଭୟ,

ଶବାଧାର ପରେ ଶୋଇ

ତୁମେ ହିଁ କରିପାରିବ

ମରଣକୁ ଜୟ । 


Rate this content
Log in

Similar oriya poem from Thriller