Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Tragedy

2  

Amiya Bej

Tragedy

ଯାଯାବର

ଯାଯାବର

4 mins
7.2K


ଯାଯାବର 

ତୁମେସବୁ ଭାବୁଥାଅ -

ଆମ ଏଇ ଗଣ୍ଠିଲିରେ , 

ଲୁଚିଥିବ କଟାମୁଣ୍ଡ ଅବା ,

କିଛିଗୋଟେ ଚୋରା ସମ୍ପତ୍ତିର ରହସ୍ୟ !

ସେଥିଲାଗି ତ -

ହଜାରେ ପ୍ରଶ୍ନ ,

ଇତରର ଭାବ ,

ନିନ୍ଦା ଅପବାଦ !

ଏଇ ଦେଖ ! ଖୋଲି ଦେଖଉଛି -

କିରାସିନି ଭରା ଷ୍ଟୋଭ୍ , ରସଡେକଚି , 

ଆଉ ଦି'ମୁଠା ଚାଉଳ ।

ମଦୁଆର ଅଧାପିଆ ହ୍ୱିସ୍କି ବୋତଲ ।

ଫିମ୍ପିମରା ପାଁଉରୁଟିର ପୁଳାଏ ବିକଳ ।

ଛିଣ୍ଡାଲୁଗା ଦିଖଣ୍ଡ , ଘୋଡିବାକୁ କଙ୍କାଳ ।

ରାତିଡର ପାଇଁ ଗୋଟିଏ କମ୍ବଳ ।

ମୁନ୍ନିପାଇଁ ମାଗିଅଣା ଜାମା ଦି'ହଳ ।

ଆଉଅଛି ଗଣ୍ଠିଲିଏ ଭାଗ୍ୟ ସୌଭାଗ୍ୟ !!!!

@ ଅମିୟ 


Rate this content
Log in

Similar oriya poem from Tragedy