Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Thriller Others

4.8  

Prasanna Kumar Madala

Thriller Others

ଊର୍ଦ୍ଧ୍ବମୁଖ

ଊର୍ଦ୍ଧ୍ବମୁଖ

1 min
518


ଜନ୍ମ ନେବା ପରେ   ଭୂମିର ଉପରେ

ପ୍ରଥମେ ପଡଇ ପାଦ

ଗୁରୁଣ୍ଡିବା ଶିଖି      ସବୁ ଟିକିନିଖି

ଜାଣିବାକୁ କରୁ ବାଦ ।

ହୋଇଗଲେ ଠିଆ   ମାରିବାକୁ ଡିଆଁ

କାହାର ନହୁଏ ଇଚ୍ଛା

ତେଣୁ ଜନ୍ମଦାତା   ପିତା ଅବା ମାତା

ରହନ୍ତି ପିଲାଙ୍କ ପିଛା ।

ଆଗେ ବଢୁ ବଢୁ    ପାଠଶାଠ ପଢୁ

ବିଦ୍ୟାଳୟେ ଧୀରେ ଧୀରେ

କେତେ ବୁଦ୍ଧି କାହୁଁ  ପଶେ ଚାହୁଁ ଚାହୁଁ

ଆମରି ଉନ୍ନତ ଶିରେ ।

ଦକ୍ଷତାର ବଳେ   ଊର୍ଦ୍ଧ୍ବେ ଯିଏ ଚଳେ

ନିଜ ସହଜାତ ଗୁଣେ

ଯଥାକାଳେ ଯଥା    ପରାମର୍ଶ କଥା

ଧ୍ୟାନ ସହକାରେ ଶୁଣେ ।

ଊର୍ଦ୍ଧ୍ବେ ନାହିଁ ସୀମା   ସୁରକ୍ଷାର ଜିମା

କେବେବି ଭୁଲିବା ନାହିଁ

ଵିକାଶର ଅର୍ଥେ    ଅଗ୍ରଗତି ପଥେ

ବଢୁଥିବା ଦେଖି ଚାହିଁ ।

ବଞ୍ଚିବାକୁ ସୁଖେ   ଗଲେ ଊର୍ଦ୍ଧ୍ବମୁଖେ

ରହିଥିବା ମର୍ତ୍ତ୍ୟ ପୁରେ

ଆକାଶକୁ ମାପି   ପାରିବାନି ବ୍ୟାପି

ରହିଛି ଅନନ୍ତ ଦୂରେ ।

ତିଳେ ନାହିଁ ମନା  ଯେତେ ଦୂର ଅନା 

ଯୋଜନା ନହେଉ ପଣ୍ଡ

ନିଜ ମୂଳସ୍ଥିତି     ଭୁଲିଗଲେ ଭୀତି

ଭୋଗିବାକୁ ହେବ ଦଣ୍ଡ ।


Rate this content
Log in

Similar oriya poem from Thriller