Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Thriller

5.0  

Kali Kumar

Thriller

ପାଳଭୂତ

ପାଳଭୂତ

1 min
124


ମୁଁ ମୁକ୍ତ ସେ ବି ମୁକ୍ତ

ଭୋକ, ଶୋଷ ଦାଉରୁ

କ୍ଳାନ୍ତ ଶରୀରର ନିଷ୍ପ୍ରଭ ଆଲିଙ୍ଗନରୁ

ଖରା,ବର୍ଷା ଶୀତର ପ୍ରଭାବରୁ 

ଜନ୍ମ ମୃତ୍ୟୁର ଚିରସ୍ଥାୟୀ ଭୟ କବଳରୁ

ମୁଁ ମୁକ୍ତ , ସେ ବି ମୁକ୍ତ ।୧।


ଅନାଦୃତ ଅନିମନ୍ତ୍ରିତ ଅତିଥିମାନେ ଆସନ୍ତି

ମୋ ଜୀବନରେ, ତା' ଜୀବନରେ ମଧ୍ୟ 

ମୁଁ ବିଚଳିତ ହୁଏ, ଧରାଶାୟୀ ହୁଏ , ଭାଙ୍ଗି ପଡ଼େ

କିନ୍ତୁ ସେ ସ୍ଥିର, ଦୃଢ଼, ସ୍ଥିତପ୍ରଜ୍ଞ ହୋଇ

ସେମାନଙ୍କୁ ସାମ୍ନା କରେ, ଜିତେ ମଧ୍ୟ ।୨।


କିଛି ଦିନ ପୂର୍ବରୁ ଅତିଥି ଜଣକ ଆସିଥିଲା

କାଳର କରାଳଗର୍ଭରୁ ଜନ୍ମ ନେଇ

ଶାନ୍ତ ହୋଇଥିଲା,

ତା' ଆଶାର ସବୁଜିମାକୁ ଧୋଇ ନେଇ

ଚାଲିଗଲା ସବୁକିଛି ଜଡ଼ କରିଦେଇ

ତା' ଆଶା, ଆକାଂକ୍ଷାର ପଟ୍ଟାଳିରେ

ଦୁଃଖ, କ୍ଳେଶ, ଯନ୍ତ୍ରଣାର ପାଣି ବୁହେଇ 

ବନ୍ୟା, ବାତ୍ୟା, ମରୁଡ଼ିର ରୂପ ନେଇ

କେହି ଜଣେ ଆସିଥିଲା ତା' ଅତିଥି ହୋଇ ।୩।


ମୁଁ ଅନେକ ଦିନ ତଳରୁ,

ବୋଧେ, ସ୍ୱରୂପ ନିର୍ଦ୍ଧାରଣର ଠିକ୍ 

କିଛି ସମୟ ପରେ ପରେ, ଏଯାଏଁ 

ଅନବରତ, ନିରବଚ୍ଛିନ୍ନ ଭାରେ, ମୁଁ

ଯୁଦ୍ଧ କରି ଚାଲିଛି, ମୋ ନୀରବତା ସହ

ଆଜି ଯାଏଁ ଫଳାଫଳ ଅମିମାଂସୀତ

କିନ୍ତୁ ସେ ଚିର ନୀରବତା ଉପରେ

ବିଜୟ ପାଇ ନିଜେ ନୀରବି ଯାଇଛି ।୪।


ମୋ ସମ୍ମୁଖରେ ଚିର ଶୂନ୍ୟତା

ସେ ଆଜି ପାଇଛି ପରିପକ୍ଵତା

ମୋ ପାଇଁ ମୃତ୍ୟୁର ଆହ୍ୱାନ

ତା' ପାଇଁ ମୁହୂର୍ତ୍ତେ କ୍ରନ୍ଦନ 

ମୁଁ ଦଗ୍-ଧିଭୂତ ମୃତ୍ୟୁ ବିନା 

ତା' ପାଇଁ ମିଛ ଆସ୍ଵାଶନା 

ମୁଁ ମୁକ୍ତି ପାଇନାହିଁ

ସେ ତରିଯାଇଛି ।୫।


Rate this content
Log in

Similar oriya poem from Thriller