STORYMIRROR

Gobinda Chandra Sethi

Inspirational Thriller

3  

Gobinda Chandra Sethi

Inspirational Thriller

କର୍ମ ଫଳ

କର୍ମ ଫଳ

1 min
127


କର୍ମ ଘେନି ଫଳ  ଅବଶ୍ୟ ଭୁଞ୍ଜିବ

    ବାଛ ବିଚାରତ ନାହିଁ

ଅପକର୍ମ କଲେ  ଖସି ଯିବ ନାହିଁ

    ବାଟେ ଜଗିଅଛି ସେହି ।।

କପଟ କରିବା  ତାଙ୍କ ପାଶେ ନାହିଁ 

    ପର ଆପଣାର କହି

ଦଣ୍ଡ ଭୋଗ ତାଙ୍କ ଅବଶ୍ୟ ମିଳିବ

    ଖସି ଯିବେ ନାହିଁ କେହି ।।

ଗର୍ବ କର ନାହିଁ  ଯାହା ଅଛି ପାଶେ

   କାଲି ସେ ଦୂରେଇ ଯିବ

କର୍ମ ଫଳ ତୋର  ନିଶ୍ଚୟ ଭୋଗିବୁ

   ନୀୟମ ତା'ପାଖେ ଥିବ ।।

ଜୀବନ ଆପଣା  ନୁହେଁ ଚିରସ୍ଥାୟୀ

   ସମସ୍ତେ ଦିନେ ହଜିବେ

କେଉଁଠିକୁ ଯାଇ କିପରି ରହିବେ

   କେହି କିଛି ନ ଜାଣିବେ ।।

ସୁଖ ଦୁଃଖ ପରି  ଦୁଇଟି ଚକରେ

   କରୁଅଛୁ ତୁହି ଗତି

ପହିଆକୁ ତୋର ସନ୍ତୁଳନ କଲେ

   ମନରେ ନଥିବ ଭୀତି ।।

ଜୀବନ ନୀୟମ  କବାଡିର ଖେଳ

   ଟାଣିଥାଏ କିଏ ଗୋଡ଼

ବିଶ୍ୱାସ ଜୀବନେ ବହୁ ମୂଲ୍ୟବାନ

   ରଖିବ ତାକୁ ନିବିଡ଼ ।।



Rate this content
Log in

Similar oriya poem from Inspirational