ଅହିଂସା ପୂଜାରୀ
ଅହିଂସା ପୂଜାରୀ
ହେ ବାପୁ ମହାତ୍ମା ଆମର ନୀୟନ୍ତା
ଦୂର କରିଥିଲ ଆମ ସବୁ ଚିନ୍ତା ।
ସେହି ଚିତ୍ରପଟ ଆତ୍ମାରେ ଖୋଦିତ
ସାରା ବ୍ରହ୍ମାଣ୍ଡରେ ଆପଣ ପୂଜିତ ।
ସତ୍ୟ ଓ ଆଦର୍ଶ ଅହିଂସା ପୂଜାରୀ
ନେଇଥିଲୁ ଆମେ ସମସ୍ତେ ଆଦରି ।
ସେହି ଆଦର୍ଶରେ ଆଜି କରି ଗତି
ସାରା ଦୁନିଆଁରେ ରଚୁଛୁ ଉନ୍ନତି ।
ଆଜି ମନେପଡେ ଅତୀତ କାହାଣୀ
କାଳ ଓ କାଳକୁ କରିଗଲେ ଋଣୀ ।
ସ୍ୱାଧୀନତା ଯୁଦ୍ଧେ ମୁଖ୍ୟ ସେନାପତି
ପଛେ ପଛେ ସବୁ କରୁଥିଲେ ଗତି ।
ଧରି ସତ୍ୟାଗ୍ରହ ବ୍ରହ୍ମ ଅସତର
ସାମାଜିକ ନ୍ୟାୟେ ଥିଲେ ଅଗ୍ରସର ।
ଖାଇଲେ ଇଂଗ୍ରେଜ ଅହିଂସା ପ୍ରହାର
ହୋଇଥିଲେ ଆମ ଦେଶରୁ ବାହାର ।
ବାପୁ କରିଥିଲେ ପିତା ପରିଚିନ୍ତା
ପାଇଛ ସମ୍ମାନ ହୋଇ ରାଷ୍ଟ୍ରପିତା ।
ତୁମର ଜୟନ୍ତୀ ଦେଶେ ଅବକାଶ
ସେ ଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସ ।
ଭକ୍ତିପୂତ ଭାବେ ଆମ ଶ୍ରଦ୍ଧାଞ୍ଜଳି
ପୁନଃ ଜନ୍ମେ ଆସ ଏ ଆମର ଅଳି ।
ଧନ୍ୟ ଧନ୍ୟ ଆମ ଅହିଂସା ପୂଜାରୀ
ଆଜି ଏ ସଂସାରେ ଶ୍ରଦ୍ଧା ସବୁରି ।
